Below header

ଭିକାରୀ ପକେଟରୁ ମିଳିଲା ସାଢେ ୩ ଲକ୍ଷ ଟଙ୍କା; ଦେଖି ଆଶ୍ଚର୍ଯ୍ୟ ହୋଇଗଲା ପୋଲିସ

ଭିକାରୀ ପକେଟରୁ ମିଳିଲା ୩ ଲକ୍ଷ ୬୪ ହଜାର । ଭିକାରୀ ପାଖରେ ଏକା ଥରକେ ଏତେ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ପୋଲିସ ବାବୁ । ଉତ୍ତର ପ୍ରଦେଶ ଗୋରଖପୁରରେ ଏପରି ଘଟଣା ଦେଖିବାକୁ ମିଳିଛି । ଭିକାରୀର ନାମ ସରିଫ ଓ ତାଙ୍କ ବୟସ ୫୦ରୁ ଅଧିକ ହେବ । ପରିବାରରେ କେହି ନ ଥିବା ବେଳେ ସେ ତାଙ୍କ ପୁତୁରାଙ୍କ ସହିତ ରହୁଛନ୍ତି।

ସରିଫ ହେଉଛନ୍ତି ମୁକ ଓ ବଧିର । ଗୋରଖପୁର ଭଟହଟ ବଜାରରେ ସେ ଲୋକଙ୍କୁ ବସ ଓ ଟ୍ୟାକ୍ସିରେ ବସେଇବା କାମ କରୁଥିଲେ । ସେଥିରୁ କିଛି ପଇସା ମିଳି ଯାଉଥିଲା । ଏଥିସହ ତାଙ୍କ ବୟସ ଓ ଅବସ୍ଥା ଦେଖି କିଏ କେମିତି ଭିକ ଦେଉଥିଲେ । ହେଲେ ଏକା ଥରକେ ଏତେ ପଇସା ତାଙ୍କ ପାଖରୁ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସରିଫ ଭଟହଟ ବଜାରରେ ଛିଡ଼ା ହୋଇଥିବା ବେଳେ ଏକ ବାଇକ ଆସି ତାଙ୍କୁ ଧକ୍କା ଦେଇଥିଲା । ଏଥିରେ ସେ ଗୁରୁତର ଆହତ ହୋଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସରିଫଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପୋଲିସ ଯେତେବେଳେ ତାଙ୍କୁ ପରିଚୟ ପତ୍ର ମାଗିଥିଲା, ତ ତାଙ୍କ ପକେଟରୁ ୩ ଲକ୍ଷ ୬୪ ହଜାର ଟଙ୍କା ବାହାରିଥିଲା । ଏହି ଟଙ୍କାକୁ ସରିଫ ନିଜ ପୁତୁରାକୁ ଦେବାକୁ ମଧ୍ୟ ମନା କରି ଦେଇଥିଲେ । ପୋଲିସ ନିଜ ହେପାଜତରେ ଟଙ୍କା ଜମା ରଖିଛି । ସେ ସୁସ୍ଥ ହେଲା ପରେ ପୋଲିସ ତାଙ୍କୁ ସେହି ଟଙ୍କା ଦେବାକୁ ସରିଫ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.