Below header

ବିମାନ ଭିତରକୁ ପୋଷା କୁକୁର ମନା, ଦମ୍ପତି ହଟହଟା

ବୋଡିଂ ପାସ୍‌ରେ ରହିଥିଲା ପୋଷା କୁକୁରର ନା’ । କିନ୍ତୁ ବିମାନ ଭିତରକୁ କୁକୁରକୁ ଛାଡ଼ିଲେନି କର୍ମଚାରୀ । ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବେଙ୍ଗାଲୁରର ଏକ ପରିବାର ଅଭିଯୋଗ କରିଛନ୍ତି ଯେ ନିୟମ ଅନୁସାରେ କୁକୁରର ବୋଡିଂ ପାସ ରହିଥିଲେ ସୁଦ୍ଧା କର୍ମଚାରୀମାନେ ବିମାନରେ ଯାତ୍ରା କରିବାକୁ ଦେଉନାହାନ୍ତି । ସଚିନ ଶେନୋୟ ନାମକ ଯୁବକଙ୍କ ପରିବାର ସହ ଏପରି ହୋଇଛି । ଏମାନେ ବେଙ୍ଗାଲୁରୁରୁ ଦିଲ୍ଲୀ ଓ ଦିଲ୍ଲୀରୁ ଅମୃତସର ଯାଉଥିଲେ ।

ସଚିନଙ୍କ ପରିବାର ୧୨ ଦିନ ଛୁଟି କାଟିବାକୁ ଯାଉଥିବା ବେଳେ ୩ ମାସ ପୂର୍ବରୁ ଟିକେଟ ବୁକିଙ୍ଗ୍ କରିଥିଲେ । କୁକୁରକୁ ବିମାନରେ ତାଙ୍କ ସହ ନେବା ପାଇଁ ସେମାନେ ଏୟାର ଇଣ୍ଡିଆ ଅଥରିଟି ସହ କଥା ହୋଇଥିବା ଭିଡିଓରେ କହିଛନ୍ତି।

ଦମ୍ପତି ଜଣକ କହିଛନ୍ତି, ତାଙ୍କ ପେଟ୍‌ର ଓଜନ ୪.୨ କିଲୋଗ୍ରାମ ରହିଛି । ବ୍ୟାଗକୁ ମିଶାଇ ୫ କିଲୋଗ୍ରାମ ହେବ। ନିୟମ ହିସାବରେ ସେ କ୍ୟାବିନରେ ଯାତ୍ରା କରିପାରିବ। ସବୁ କିଛି ଚେକିଙ୍ଗ ସରିବା ପରେ ତାଙ୍କୁ ବୋଡିଙ୍ଗ ପାସ ମିଳିଥିବା ଦମ୍ପତି କହିଛନ୍ତି ।

ସେପଟେ ଏହି ଘଟଣାକୁ ନେଇ ଏୟାର ଇଣ୍ଡିଆ ଓ ଲୋକଙ୍କ ମଧ୍ୟରେ ଟ୍ଵିଟରରେ ଶୀତଳ ଯୁଦ୍ଧ ଦେଖିବାକୁ ମିଳିଥିଲା। ଏୟାର ଇଣ୍ଡିଆ ଟ୍ଵିଟ୍ ଯୋଗେ ବିମାନରେ ପେଟ୍ ସହ ଯାତ୍ରା କରିବାକୁ ଅନୁରୋଧ କରିଥିବା ଜଣାପଡ଼ିଛି। ଦମ୍ପତିଙ୍କ କହିବା କଥା, ଏୟାର ଇଣ୍ଡିଆ ପକ୍ଷରୁ ତାଙ୍କୁ ଏ ବାବଦରେ କେହି ଯୋଗାଯୋଗ କରିନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.