ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ମାରି ଘରପଛ ବିଲରେ ପକାଇଲା ସ୍ୱାମୀ

ଗଞ୍ଜାମ (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଜୁରା ଗାଁରେ ଅଭାବନୀୟ ଘଟଣା । ସ୍ୱାମୀ ସ୍ତ୍ରୀକୁ ମାରି ଜମିରେ ଫୋପାଡିଦେଇଥିବା ଅଭିଯୋଗ ହୋଇଛି । ଜୁରା ଗାଁ ବଡ଼ ସାହିର ନାରାୟଣ ସାହୁ ସେହି ଗାଁର ଜୟନ୍ତୀ ସାହୁଙ୍କୁ ପ୍ରାୟ ଚଉଦ ବର୍ଷ ପୂର୍ବରୁ ବିବାହ କରିଥିଲେ । ନାରାୟଣ ଅନେକ ସମୟରେ ମଦ ପିଇ ସ୍ତ୍ରୀ ସହ ଝଗଡା କରୁଥିଲେ ।

ଆଜି ସକାଳୁ ଜୟନ୍ତୀଙ୍କ ମୃତଦେହ ଜମିରେ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଗ୍ରାମବାସୀ ନାରାୟଣକୁ ଧରି ପୋଲିସ ଖବର ଦେଇଥିଲେ । ପୋଲିସ ନାରାୟଣକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.