Below header

ରିମାଣ୍ଡ ଅବଧିର ଶେଷ ଦିନରେ ବି ଅର୍ଚ୍ଚନା ଚୁପ: ଆସନ୍ତାକାଲି କୋର୍ଟରେ ହାଜର କରିବ ଇଡି

କେନ୍ୟୁଜ୍(ବ୍ୟୁରୋ): ରିମାଣ୍ଡ ଅବଧିର ଶେଷ ଦିନରେ ବି ଅର୍ଚ୍ଚନା ଚୁପ । ED ପ୍ରଶ୍ନ ଉତ୍ତର ଦେଉନାହାଁନ୍ତି । ହନିଟ୍ରାପ୍‌ ଟଙ୍କା କେମିତି ଆସିଛି ? କିଏ ଦେଇଛି ? ଏବଂ କାହା ମାଧ୍ୟମରେ ଟଙ୍କା ଆସିଛି ? କେଡଁ ବଡବଡିଆ ଟଙ୍କା ଦେଇଛନ୍ତି ? ଏମିତି ଅନେକ ପ୍ରଶ୍ନ ପଚାରୁଛି ଇଡି । ହେଲେ ସେ ସହଯୋଗ କରୁନାହାନ୍ତି । ବହୁ ପ୍ରଶ୍ନର ଉତ୍ତରରେ ଚୁପ୍‌ ରହୁଛନ୍ତି ଅର୍ଚ୍ଚନା ।

ଆସନ୍ତାକାଲି ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରିବ ଇଡି । ଆଉ ୭ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ । ସେହିଭଳି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ୧୩ ତାରିଖରେ ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ହାଜର କରାଯିବ । ଜଗବନ୍ଧୁଙ୍କୁ ୧୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିବ ଇଡି । ଆଗକୁ ନାଗ-ଚାନ୍ଦ ଦମ୍ପତିଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବାକୁ ଯୋଜନା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

 ମାମଲାରେ କମିଶନରେଟ ପୋଲିସ ପକ୍ଷରୁ ଖଣ୍ଡଗିରି ଥାନାର ଦସ୍ତାବିଜ ଦିଆଯାଇଛି । ଅର୍ଚ୍ଚନାଙ୍କୁ ଗିରଫ ସମୟରେ ତାଙ୍କ ପାଖରୁ ମିଳିଥିବା ୪ଟି ଫୋନ୍‌, ୨ଟି ଟାବଲେଟ୍‌, ପେନ୍‌ ଡ୍ରାଇଭ୍‌କୁ ଏସ୍‌ଏଫ୍‌ଏସ୍‌ଏଲକୁ ପଠାଇଛି କମିଶନରେଟ୍‌ ପୋଲିସ । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏଯାଏ SFSLରୁ ଇଡିକୁ ତଥ୍ୟ ମିଳିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.