ରୋମାଞ୍ଚକର ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇଲା ଇଂଲଣ୍ଡ: ୨୬ ରନରେ ଟେଷ୍ଟ ସିରିଜ ବାଜିମାରିନେଲା

କେନ୍ୟୁଜ୍(ବ୍ୟୁରୋ): ପୁଣି ହାରିଲା ପାକିସ୍ତାନ । ରୋମାଞ୍ଚକର ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇଛି ଇଂଲଣ୍ଡ । ରାୱାଲପିଣ୍ଡି ଭଳି ମୁଲତାନରେ ବି ହାରିଛି ପାକିସ୍ତାନ । ୨୬ ରନରେ ପାକିସ୍ତାନକୁ ହରାଇ ମ୍ୟାଚ୍‌ ସହ ଟେଷ୍ଟ ସିରିଜ ଜିତିଛି ଭ୍ରମଣକାରୀ ଇଂଲଣ୍ଡ । ଦ୍ୱିତୀୟ ଟେଷ୍ଟକୁ ୪ ଦିନରେ ଶେଷ କରି ପାକିସ୍ତାନକୁ ତା’ରି ମାଟିରେ ଚିତ୍‌ କରିଛି ଇଂଲଣ୍ଡ । ବିଶେଷ କରି ନୂଆ ବଲରେ ମାର୍କ ଉଡ୍‌ଙ୍କ ଘାତକ ବୋଲିଂ ଯୋଗୁ ଇଂଲଣ୍ଡ ୬ ୱିକେଟ୍‌ ଦଖଲ କରି ପାକିସ୍ତାନ ପଞ୍ଝାରୁ ନିଶ୍ଚିତ ବିଜୟକୁ ଛଡ଼ାଇ ଆଣିଛି ।

 

ପାକିସ୍ତାନକୁ ୩୫୫ ରନର ଟାର୍ଗେଟ ମିଳିଥିବା ବେଳେ ଦ୍ୱିତୀୟ ଇନିଂସରେ ସୌଦ ଶକୀଲ ଲୁଆ ୯୪ ରନର କରିଥଲେ । ତଥାପି ପାକିସ୍ତାନ ମାର୍କ ଉଡ୍‌, ଜେମ୍ସ ଆଣ୍ଡରସନ ଓ ଓଲି ରବିନସନଙ୍କ ଘାତକ ବୋଲିଂ ଯୋଗୁ ୩୨୮ ରନରେ ଅଲଆଉଟ ହୋଇଯାଇଛି । ପାକିସ୍ତାନ ଟେଷ୍ଟ ସିରିଜ୍‌ରେ ୨-୦ରେ ପଛୁଆ ରହିଛି । ୧୭ ଡିସେମ୍ବରରୁ ତୃତୀୟ ଟେଷ୍ଟ ଆରମ୍ଭ ହେବ । ୧୯୫୯ ପରେ ପାକିସ୍ତାନ ନିଜ ମାଟିରେ କ୍ରମାଗତ ଦୁଇଟି ଟେଷ୍ଟ ମ୍ୟାଚ୍‌ ହାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.