Below header

୪୦ ଟଙ୍କା ପାଇଁ ଗ୍ରାହକଙ୍କ ମାଡ଼ରେ ଚାଲିଗଲା ଦୋକାନୀର ଜୀବନ

ଗ୍ରାହକଙ୍କ ମାଡ଼ରେ ଦୋକାନୀର ଚାଲିଗଲା ଜୀବନ । ଗ୍ରାହକଙ୍କୁ ସଉଦା ବିକ୍ରି କରିଥିଲେ ହେଲେ ସେହି ସଉଦା ବିକ୍ରି ତାଙ୍କର ଶେଷ ବିକ୍ରି ହୋଇଗଲା । କାରଣ ସାମାନ୍ୟ ୪୦ ଟଙ୍କା ପାଇଁ ତାଙ୍କର ଜୀବନ ନେଇଗଲେ ଗ୍ରାହକ । ଏଭଳି ଅଭାବନୀୟ ଘଟଣା ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚରମ୍ପା ପଥର ଆଡି ଅଞ୍ଚଳରେ ଦେଖିବାକୁ ମିଳିଛି ।

ଭଦ୍ରକ(କେନ୍ୟୁଜ୍‌): ଗ୍ରାହକଙ୍କ ମାଡ଼ରେ ଦୋକାନୀର ଚାଲିଗଲା ଜୀବନ । ଗ୍ରାହକଙ୍କୁ ସଉଦା ବିକ୍ରି କରିଥିଲେ ହେଲେ ସେହି ସଉଦା ବିକ୍ରି ତାଙ୍କର ଶେଷ ବିକ୍ରି ହୋଇଗଲା । କାରଣ ସାମାନ୍ୟ ୪୦ ଟଙ୍କା ପାଇଁ ତାଙ୍କର ଜୀବନ ନେଇଗଲେ ଗ୍ରାହକ । ଏଭଳି ଅଭାବନୀୟ ଘଟଣା ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚରମ୍ପା ପଥର ଆଡି ଅଞ୍ଚଳରେ ଦେଖିବାକୁ ମିଳିଛି ।

ସାବରଙ୍ଗ ଥାନା ଅଧିନସ୍ଥ ବଣିଆ ଗ୍ରାମର ବିଜୟ ପଣ୍ଡା ଗୋଟିଏ ତେଜରାତି ଦୋକାନ କରିଥିଲେ । ଆଜି ସକାଳ ପ୍ରାୟ ସାଢେ଼ ୧୦ ଟା ବେଳେ କାମେଶ ପରିଡା ନାମକ ଜଣେ ଯୁବକ ସଉଦା ନେବା ପାଇଁ ଆସିଥିଲେ । ତାଙ୍କ ଦୋକାନକୁ ଆସି କାମେଶ ପରିଡ଼ା ଓରଫ ପିଣ୍ଟୁ ପରିଡ଼ା ନାମକ ଜଣେ ଯୁବକ ସଉଦା ନେଇଥିଲେ। ତାଙ୍କର ସଉଦା ବାବଦକୁ ୧୮୦ ଟଙ୍କା ହୋଇଥିବା ବେଳେ ପିଣ୍ଟୁ କୁଆଡ଼େ ଦୋକାନୀଙ୍କୁ ୧୪୦ ଟଙ୍କା ପ୍ରଦାନ କରିଥିଲେ । ଏଥିରେ ଦୋକାନୀ ବିଜୟ ପଣ୍ଡା ଅରାଜି ହୋଇଥିଲା । କହିଥିଲା ମୁଁ ଏବେ ଦୋକାନ ଖୋଲୁଛି ବାକି ରଖିବି ନାହିଁ । ଏତିକି କହିବାରୁ ପିଣ୍ଟୁ ପରିଡ଼ା ରାଗିଯାଇ ସଂପୃକ୍ତ ଦୋକାନୀଙ୍କୁ ଏକ ଧକ୍କା ପକାଇଥିଲା । ପିଣ୍ଟୁର ଧକ୍କାରେ ଦୋକାନୀ ବିଜୟ ତଳେ ପଡି ଯାଇଥିଲେ । ବିଜୟଙ୍କୁ ଅଚେତ ଅବସ୍ଥାରେ ସ୍ଥାନୀୟ ଲୋକମାନେ ଚିକିତ୍ସା ପାଇଁ ଭଦ୍ରକ ମେଡ଼ିକାଲ ନେଇଥିବା ବେଳେ ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ଘଟିବା ପରେ ବଣିଆ ଗ୍ରାମର ମୃତ ବିଜୟଙ୍କ ପୁତୁରା ନଳିନୀ ପଣ୍ଡା ଭଦ୍ରକ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ଭଦ୍ରକ ଟାଉନ୍ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଘଟଣା ସ୍ଥଳକୁ ଯାଇ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ସେପଟେ ଦୋକାନୀ ବିଜୟଙ୍କୁ ଧକ୍କା ମାରି ଥିବା କାମେଶ୍ ପରିଡ଼ା ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ଚରମ୍ପା ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବିଜୟ ହତ୍ୟାକାଣ୍ଡରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ନିକଟରେ ଦାବି କରାଯାଇଛି । ତେବେ କାମେଶ ଫେରାର ଥିବାରୁ ପୁଲିସ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି । ଏନେଇ ମୃତ ବିଜୟର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକକୁ ହସ୍ତାନ୍ତର କରାଯାଇଛି । ବିଜୟଙ୍କର ମୃତ୍ୟୁ ଘଟଣାରେ ନିଜ ଗ୍ରାମ ବଣିଆ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.