Below header

ଚିହ୍ନଟ ହେଲା ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଆସିଷ୍ଟାଣ୍ଟ କଲେକ୍ଟରଙ୍କ ସନ୍ଦେହଜନକ ମୃତ୍ୟୁ । ଆସିଷ୍ଟାଣ୍ଟ କଲେକ୍ଟର ସସ୍ମିତା ମିଞ୍ଜ । ରାଉରକେଲା ADM ଅଫିସ ରେ ଥିଲେ ଆସିଷ୍ଟାଣ୍ଟ କଲେକ୍ଟର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।

ରାଉରକେଲା (କେନ୍ୟୁଜ): ଆସିଷ୍ଟାଣ୍ଟ କଲେକ୍ଟରଙ୍କ ସନ୍ଦେହଜନକ ମୃତ୍ୟୁ। ପୋଖରୀରୁ ଉଦ୍ଧାର ହେଲା ମୃତଦେହ। ରାଉରକେଲା RSP ପ୍ରଶାସନିକ ଭବନ ନିକଟସ୍ଥ ସେନ୍ସରି ପାର୍କ ପୋଖରୀରୁ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ରାଉରକେଲାର ସୁସ୍ମିତା ମିଞ୍ଜ । ସେ ରାଉରକେଲାରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଘର ରାଜଗାଙ୍ଗପୁର ରମା ବାହାଲ ଅଞ୍ଚଳରେ । ପ୍ରତି ଦିନ ସେ ତାଙ୍କ ଘରୁ ରାଉରକେଲା କାର୍ଯ୍ୟାଳୟକୁ ଆସୁଥିଲେ। ମହିଳା ଜଣକ ଗତ ୧୭ ତାରିଖରୁ ରାଉରକେଲା ରାଧିକା ରିଜେନ୍ସି ହୋଟେଲରେ ରହୁଥିଲେ। ମଙ୍ଗଳବାର ସକାଳୁ ହୋଟେଲରୁ ବାହାରି ଆସିଥିଲେ। ପରେ ସନ୍ଧ୍ୟାରେ ତାଙ୍କ ମୃତ ଶରୀର ପୋଖରୀରୁ ଉଦ୍ଧାର କରଯାଇଥିଲା। ଆଜି ପୋଷ୍ଟମର୍ଟମ ପରେ ତାଙ୍କ ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

ତେବେ ପୋଖରୀରୁ କିଭଳି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତଦେହ ଉଦ୍ଧାର ହୋିଛି ସେନେଇ ଉଦିତ ନଗର ଥାନାନ ପୋଲିସ ତଦନ୍ତ ଜାରି ରଖିଛି। ଅନ୍ୟପଟେ ପରିବାରଲୋକେ ସୁସ୍ମିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଏପରି କି ଏହି ଘଟଣାରେ ନିର୍ଦ୍ଦିଷ୍ଟ ଦୁଇ ବରିଷ୍ଠ ଅଧିକାରୀ ସମ୍ପୃକ୍ତ ଥିବା ସେମାନେ କହିଛନ୍ତି । ଅନ୍ୟପଟେ ପୋଲିସ୍‌ ଉକ୍ତ ଘଟଣାକୁ ଗୁରୁତର ସହ ନେଇ ଖୋଳତାଡ଼ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.