ଇଣ୍ଟର ପାସ୍‌ ପ୍ରାର୍ଥୀଙ୍କ ପାଇଁ ସରକାରୀ ଚାକିରି, ଜାଣନ୍ତୁ କେମିତି କରିବେ ଆବେଦନ

ଖାଲିପଡିଛି ୧୧ ହଜାରରୁ ଊର୍ଦ୍ଧ୍ୱ ପଦବୀ । ବିହାର ଷ୍ଟାଫ ସିଲେକ୍ସନ କମିଶନରେ ଇଣ୍ଟର ଲେବଲ ସିସିଇ ପରୀକ୍ଷା ୨୦୨୩ ପାଇଁ ନୋଟିସ ଜାରି ହୋଇଛି । ଆବେଦନ ପାଇଁ ଲିଙ୍କ ୨୭ ସେପ୍ଟେମ୍ବରରୁ ଖୋଲିବ ।

ବିହାର ଯୁବପିଢିଙ୍କ ପାଇଁ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ । ଏଠାରେ ୧୧ ହଜାର ପଦବୀରେ ଭର୍ତ୍ତି ପାଇଁ ନୋଟିସ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ରିକ୍ରୁଟମେଣ୍ଟ ଡ୍ରାଇଭକୁ ଯାଇ ଚେକ୍‌ କରିପାରିବେ । ବିହାର ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ବିଏସଏସସି ସେକେଣ୍ଡ ଇଣ୍ଟର ଲେବଲ କମ୍ବାଇଣ୍ଡ କମ୍ପିଟେଟିଭ ଏଗଜାମିନେସନ ୨୦୨୩ ପାଇଁ ଆବେଦନ ଗ୍ରହଣ କରୁଛି । ଚୟନ ପରୀକ୍ଷା ମାଧ୍ୟମରେ ହେବ ।

ପଦବୀ : ୧୧,୦୯୮

ଜରୁରୀ ତାରିଖ : ବିଏସଏସସି ସେକେଣ୍ଡ ଇଣ୍ଟର ଲେବଲ ସିସିଇ ପରୀକ୍ଷା ୨୦୨୩ ପାଇଁ ଆବେଦନ ଆରମ୍ଭ ହୋଇନାହିଁ । ଆବେଦନ ପ୍ରକ୍ରିୟା ୨୭ ସେପ୍ଟେମ୍ବରରୁ ଆରମ୍ଭ ହେବ । bssc.bihar.gov.in କୁ ଯାଇ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କୌଣସି ଷ୍ଟ୍ରିମରେ ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୨ଶ ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ରୁ ୩୭ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ଜରିଆରେ ହେବ । ପ୍ରଥମେ ପ୍ରିଲିମିନାରୀ ଲିଖିତ ପରୀକ୍ଷା ହେବ । ଏହା ପରେ ମୁଖ୍ୟ ପରୀକ୍ଷା ହେବ। ପରେ ସ୍କିଲ ଟେଷ୍ଟରେ କରାଯିବା ପରେ ଚୟନ ମିଳିବ ।

ଆବେଦନ ଶୁଳ୍କ : ଏହି ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ସାଧାରଣ ବର୍ଗ, ଓବସି ଏବଂ EWS ପ୍ରାର୍ଥୀ ୫୪୦ ଟଙ୍କା ଦେବାକୁ ହେବ । ମହିଳା, ଅନୁସୂଚିତ ଜାତି, ଜନଜାତି ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀ ୧୩୫ ଟଙ୍କା ଦେବାକୁ ହେବ । କିନ୍ତୁ ଅନ୍ୟ ରାଜ୍ୟର ପ୍ରାର୍ଥୀଙ୍କ ପାଇଁ ୫୪୦ ଟଙ୍କା ରହିଛି ।

ଦରମା : ଇଚ୍ଛୁକ ପ୍ରାର୍ଥୀଙ୍କୁ ଦରମା ପଦବୀ ଅନୁସାରେ ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.