ରେଲୱେର ବଡ ନିଷ୍ପତ୍ତି, ୧୦ ଗୁଣା ବଢିଲା ଟ୍ରେନ ଦୁର୍ଘଟଣା ଅନୁକମ୍ପା ରାଶି

ଭାରତୀୟ ରେଳବାଇର ବଡ ଘୋଷଣା । ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଏବଂ ଗୁରୁତରଙ୍କୁ ମିଳିବ ପୂର୍ବାପେକ୍ଷା ୧୦ ଗୁଣା ଅନୁକମ୍ପା ରାଶି । ଏହି ନିୟମ ୧୮ ସେପ୍ଟେମ୍ବରରୁ ଲାଗୁ ହୋଇଛି ।

ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ତଥା ଗୁରୁତରଙ୍କୁ ମିଳିବ ବଡ଼ କ୍ଷତିପୂରଣ ରାଶି ଘୋଷଣା କରିଛି ରେଲେଓ୍ଵ। ଏହି କ୍ଷତିପୂରଣ ରାଶି ପୂର୍ବାପେକ୍ଷା ୧୦ ଗୁଣ ଅଧିକ ହେବ ବୋଲି ରେଲେଓ୍ଵ ପକ୍ଷରୁ କୁହାଯାଇଛି । ଜାରି ସୂଚନା ଅନୁଯାୟୀ, ଟ୍ରେନ୍ ଦୁର୍ଘଟଣା ଓ ଅତର୍କିତ ଭାବେ ଘଟୁଥିବା ଅନ୍ୟ ଘଟଣା ଯୋଗୁ ଟ୍ରେନ ଯାତ୍ରୀଙ୍କ ମୃତ୍ୟୁ ହେଲେ ଏହି ବର୍ଦ୍ଧିତ କ୍ଷତିପୂରଣ ରାଶି ପ୍ରଦାନ କରାଯିବ । ପୂର୍ବରୁ ରେଳବାଇ ପକ୍ଷରୁ ୨୦୧୨ ଓ ୨୦୧୩ ମସିହାରେ କ୍ଷତିପୂରଣ ରାଶିର ପରିମାଣରେ ସଂଶୋଧନ କରାଯାଇଥିଲା।

ରେଳବାଇର ନୂଆ ନିର୍ଦ୍ଦେଶାନାମା ଅନୁଯାୟୀ, ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୫୦ ହଜାର ପରିବର୍ତ୍ତେ ୫ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ । ସେହିପରି ଗୁରୁତର ଆହତଙ୍କୁ ମିଳୁଥିବା କ୍ଷତିପୂରଣ ରାଶିକୁ ୨୫ ହଜାରରୁ ବୃଦ୍ଧି କରାଯାଇ ଅଢେଇ ଲକ୍ଷ ଟଙ୍କା କରାଯାଇଛି। । ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ୫ ହଜାର ପରିବର୍ତ୍ତେ ୫୦ ହଜାର ଟଙ୍କା ମିଳିବ । ଏହି ନିୟମ ୧୮ ସେପ୍ଟେମ୍ବରରୁ ଲାଗୁ ହୋଇଛି ।

ଏହାବାଦ ଅତର୍କିତ ଘଟଣା ଯେପରି ଟ୍ରେନ୍ ଉପରେ ଆତଙ୍କବାଦୀ ଆକ୍ରମଣ, ଟ୍ରେନ୍ରେ ଡକାୟତି, ହିସାଂକାଣ୍ଡ ଆଦି ଘଟଣା ଘଟି କାହାର ଜୀବନ ହାନୀ ଘଟିଲେ ତଥା କେହି ଗୁରୁତର ଆହତ ହେଲେ ସହାୟତା ରାଶିର ପରିଣାମ ବଢ଼ାଯିବ । ଏପରି ଘଟଣାରେ ମୃତ୍ୟୁମୁଖରେ ପଡ଼ୁଥିବା ଯାତ୍ରୀଙ୍କୁ ଦେଢ ଲକ୍ଷ, ଗୁରୁତରଙ୍କୁ ୫୦ ହଜାର ଓ ସାମାନ୍ୟ ଆହତଙ୍କୁ ୫ ହଜାର ମିଳିବ । ପୂର୍ବରୁ ଏହି ରାଶି ଯଥାକ୍ରମରେ ୫୦ ହଜାର, ୨୫ ହଜାର ଓ ୫ ହଜାର ଟଙ୍କା ଥିଲା।

ଟ୍ରେନ୍ ଦୁର୍ଘଟଣାରେ ଗୁରୁତର ହୋଇ ମେଡିକାଲରେ ୩୦ ଦିନରୁ ଅଧିକ ସମୟ ଆଡମିଟ ହେଲେ ଅନୁକମ୍ପା ରାଶି ବି ବୃଦ୍ଧି ପାଇବ ବୋଲି ରେଲବାଇ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି। ୧୦ ଦିନ ପର୍ଯ୍ୟନ୍ତ ୩ ହଜାର ଟଙ୍କା ପ୍ରତିଦିନ ମିଳିବ । ଗୁରୁତର ଆହତ ମାମଲାରେ ପ୍ରତି ୬ ମାସ ଯାଏଁ ଦିନକୁ ୧,୫୦୦ ଟଙ୍କା ମିଳିବ ।

ମେଡିକାଲରେ ଭର୍ତ୍ତି ହେବାର ୫ ମାସ ପର୍ଯ୍ୟନ୍ତ ପ୍ରତି ୧୦ ଦିନ ଅବଧି କିମ୍ବା ଡିସଚାର୍ଜ ତାରିଖ ଦିନ ପର୍ଯ୍ୟନ୍ତ ଦିନକୁ ୭୫୦ ଟଙ୍କା ମିଳିବ । ତେବେ ଲେବଲ କ୍ରସିଂରେ ହୋଇଥିବା ଦୁର୍ଘଟଣା ମାମଲାରେ କାହାକୁ କିଛି କ୍ଷତିପୂରଣ ମିଳିବ ନାହିଁ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.