ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ, ବାଚସ୍ପତି ପଦ ପାଇଁ ଭରିବେ ନାମାଙ୍କନ

ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା ମଲ୍ଲିକ । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ଆଜି ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ପ୍ରମିଳା ।

ଭୁବନେଶ୍ୱର (କେନ୍ୟୁଜ): ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା ମଲ୍ଲିକ । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ଆଜି ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ପ୍ରମିଳା ।

ତାଙ୍କ ଇସ୍ତଫା ପରେ ଖାଲି ପଡ଼ିଲା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ପଦ । କିଏ ହେବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ? ନା ଅତିରିକ୍ତ ଭାବରେ କାହାକୁ ଦାୟିତ୍ବ ଦିଆଯିବ ? ମନ୍ତ୍ରିମଣ୍ଡଳରେ ସମ୍ପ୍ରସାରଣ କରିବେ ମୁଖ୍ୟମନ୍ତ୍ରୀ ? କାରଣ ପୂର୍ବରୁ ଉଚ୍ଚଶିକ୍ଷା ମନ୍ତ୍ରୀ ପଦ ଖାଲି ପଡ଼ିଛି । ତତ୍କାଳୀନ ଉଚ୍ଚଶିକ୍ଷା ମନ୍ତ୍ରୀ ଥିବା ରୋହିତ ପୂଜାରୀଙ୍କୁ ପ୍ରଦର୍ଶନ ଆଧାରରେ ନବୀନଙ୍କ କ୍ୟାବିନେଟରୁ ବାଦ ଦିଆଯାଇଥିଲା । ତାଙ୍କ ପରେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି ଅତନୁ ସବ୍ଯସାଚୀ ନାୟକ । ସେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅଛନ୍ତି । ଏବେ ପ୍ରମିଳା ଗୁରୁତ୍ବପୂର୍ଣ୍ଣ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଅଛନ୍ତି । ଅକ୍ଟୋବର ଓ ନଭେମ୍ବରରେ ବାତ୍ୟା, ବନ୍ୟା ଭଳି ବିପର୍ଯ୍ୟୟ ଆସିଥାଏ । ତେଣୁ ଗୁରୁତ୍ବପୂର୍ଣ୍ଣ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାର କେହି ନୂଆ ମନ୍ତ୍ରୀ ହେବେ ନା କାହାକୁ ଅତିରିକ୍ତ ଦାୟିତ୍ବ ମିଳିବ ? ମନ୍ତ୍ରିମଣ୍ଡଳ ସମ୍ପ୍ରାସରଣ ହେଲେ ଅତନୁଙ୍କ ପାଖରୁ ଉଚ୍ଚଶିକ୍ଷା ବିଭାଗ କାଢ଼ି ଅନ୍ୟ କାହାକୁ ଦିଆଯାଇପାରେ । ସମ୍ପ୍ରସାରଣରେ ହେଲେ ରୋହିତଙ୍କ ସ୍ଥାନରେ ପଶ୍ଚିମ ଓଡ଼ିଶାରୁ କେହି ଜଣେ ଓ ପ୍ରମିଳାଙ୍କ ସ୍ଥାନରେ ଜଣେ ଉପକୂଳିଆ ନେତା ମନ୍ତ୍ରୀ ହୋଇପାରନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.