Below header

ରାଜକନିକା : ଗାଁ ଦାଣ୍ଡରେ ଅଙ୍ଗନବାଡ଼ି କର୍ମୀଙ୍କୁ ଉଲଗ୍ନ କରି ମାଡ଼

ଆଳି (କେ ନ୍ୟୁଜ୍‌) : ଗାଁ ଦାଣ୍ଡରେ ଅଙ୍ଗନବାଡ଼ି କର୍ମୀଙ୍କୁ ଉଲଗ୍ନ କରି ମାଡ଼ । ଏହାର ଭିଡିଓ ହେଲା ଭାଇରାଲ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜକନିକା ବ୍ଲକ୍‌ ଡାଆଣିଗିରି ଗାଁରେ । ଏଠାକାର ଅଙ୍ଗନବାଡ଼ିକୁ ଆସିଥିବା ଖାଦ୍ୟ ଓ ଟଙ୍କାକୁ ନେଇ ଅଙ୍ଗନବାଡ଼ି କେନ୍ଦ୍ରର ମହିଳା କର୍ମୀଙ୍କୁ ଗାଁର କିଛି ମହିଳା ପ୍ରଶ୍ନ କରିଥିଲେ । ଏହା ପରେ ସେମାନେ ମିଳିମିଶି ସଂପୃକ୍ତ ମହିଳା କର୍ମୀଙ୍କୁ ଉଲଗ୍ନ କରି ଗାଁ ଦାଣ୍ଡରେ ମାଡ଼ ମାରିଥିଲେ । ଏ ସମ୍ପର୍କରେ ଅଙ୍ଗନବାଡ଼ି କର୍ମୀ ଜଣକ ରାଜକନିକା ଥାନାରେ ଏତଲା ଦେଇଛନ୍ତି ।

ଗାଁ ବିବାଦ ଯୋଗୁଁ ଡାଆଣିଗିରି ଅଙ୍ଗନବାଡ଼ି କେନ୍ଦ୍ର ଦୁଇ ବର୍ଷ ହେଲା ବନ୍ଦ ପଡ଼ିଥିଲା । ଗତକାଲି ଅଙ୍ଗନବାଡ଼ି କର୍ମୀ ଜଣକ କେନ୍ଦ୍ରକୁ ଯିବା ବେଳେ ତାଙ୍କୁ ଗାଁ ମହିଳାମାନେ ଘେରି ଯାଇଥିଲେ । ତା ପରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ପୋଲିସ୍‌ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.