ଗୁଣି ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ହତ୍ୟା ମାମଲା, ୧୪ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ରାୟଗଡା (କେନ୍ୟୁଜ୍) : ଗୁଣି ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ହତ୍ୟା ମାମଲାରେ ୧୪ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ଅଭିଯୁକ୍ତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାୟଗଡା ଏଡିଜେ କୋର୍ଟ । ୨୦୧୭ ମସିହା ନଭେମ୍ବର ୧୮ ତାରିଖରେ ଶେଷଖାଲ ଥାନା ଚାଞ୍ଚଡା-ଡ୍ରୁଗୁମ ଗାଁର ବୃଦ୍ଧା ଡେକିନା ଚାଢିଙ୍ଗିଙ୍କୁ ଗୁଣି କରୁଥିବା ଅଭିଯୋଗରେ ସମସ୍ତେ ନିସ୍ତୁକ ମାଡ ମାରି ହତ୍ୟା କରି ଶ୍ମସାନରେ ପୋଡି ଦେଇଥିଲେ । ମାମଲାରେ ଶେଷଖାଲ ପୋଲିସ ଆଇପିସିର ଦଫା ୩୦୨, ୨୦୧, ୧୪, ୧୪୮ ଓ ୧୪୯ରେ ମାମଲା ରୁଜୁ କରିଥିଲା । ଆଜି ୧୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ସମସ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

Leave A Reply

Your email address will not be published.