Below header

ବାଲିଗୁଡ଼ା ପୋଇଗୁଡ଼ା ଘାଟି ଦୁର୍ଘଟଣା, ୧୦ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ

କନ୍ଧମାଳ(କେନ୍ୟୁଜ୍) : ବାଲିଗୁଡ଼ା ବ୍ରାହ୍ମଣୀଗାଁର ପୋଇଗୁଡ଼ା ଘାଟି ଦୁର୍ଘଟଣାରେ ୧୦ ଜଣ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ । ଶୋକାକୁଳ ପରିବେଶରେ କଲିଙ୍ଗି ଓ ଗଦାପୁରରେ ସେମାନଙ୍କ ଶେଷକୃତ୍ୟ ହୋଇଛି । କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ସାରା ଅଞ୍ଚଳ। ମଦ୍ୟପାନ କରି ଟ୍ରକ ଚଲାଇଥିବା ଡ୍ରାଇଭର ରଞ୍ଜନ ମଣ୍ଡଳ ଏଯାଏଁ ଫେରାର ରହିଛି। ଅନ୍ୟପଟେ କ୍ଷତିପୂରଣ ରାଶି ବୃଦ୍ଧି ପାଇଁ ନିବେଦନ କରିଛନ୍ତି ମୃତକଙ୍କ ପରିବାର ଲୋକେ। ଗତ ୨୨ ତାରିଖରେ ଗଦାପୁର ଅଞ୍ଚଳରୁ ୪୦୭ ଗାଡିରେ ବ୍ରାହ୍ମଣୀ ଗାଁକୁ ଯିବାବେଳେ ପୋଇଗୁଡ଼ାଘାଟିରେ ଓଲଟି ପଡ଼ିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ୨୫ ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.