Below header

ଅଟଳ ପେନସନ ଯୋଜନା : ୫୦ ବର୍ଷ ହୋଇପାରେ ସର୍ବୋଚ୍ଚ ବୟସ ସୀମା, ସର୍ବନିମ୍ନ ପେନସନ ୧୦ ହଜାର

କେନ୍ଦ୍ର ସରକାର ଅଟଳ ପେନସନ ଯୋଜନାରେ ପ୍ରବେଶ କରିବା ପାଇଁ ସର୍ବୋଚ୍ଚ ବୟସ ସୀମା ଏବଂ ସର୍ବନିମ୍ନ ପେନସନ ବଢ଼ିବା ଉପରେ ବିଚାର ହେଉଛି। ଅର୍ଥ ବିଭାଗ ସଚିବ ରାଜୀବ କୁମାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏବେ ଏହି ଯୋଜନାରେ ୪୦ ବର୍ଷ ପର୍ଯ୍ୟନ୍ତର ଲୋକ ସାମିଲ ହୋଇପାରିବେ। ଏହି ବୟସ ସୀମା ୧୦ ବଢ଼ାଇ ୫୦ ବର୍ଷ କରିବା ଏବଂ ସର୍ବନିମ୍ନ ପେନସନ ରାଶି ୫,୦୦୦ରୁ ବଢ଼ାଇ ୧୦,୦୦୦ ଟଙ୍କା କରିବା ସହିତ ଆହୁରି ଅନେକ ବିଚାର ପିଏଫଆଡିଏ ସହିତ ମିଶାଯାଇଛି। ଅର୍ଥ ବିଭାଗ ମନ୍ତ୍ରାଳୟ ଏହା ଉପରେ ବିଚାର କରୁଛନ୍ତି।

ରାଜୀବ କୁମାରଙ୍କ ଅନୁସାରେ ବ୍ୟାଙ୍କ ଗୁଡିକୁ ଏହି ଯୋଜନାକୁ ଆଗକୁ ବଢ଼ାଇବା ପାଇଁ ଏବଂ ଅଧିକରୁ ଅଧିକ ବ୍ୟକ୍ତିଙ୍କୁ ଜୋଡିବା ପାଇଁ କୁହାଯାଇଛି। ଏହି ଯୋଜନା ଅସଂଗଠିତ କ୍ଷେତ୍ର ଉପରେ କେନ୍ଦ୍ରିତ ଅଟେ ଯାହା ଦ୍ବାରା ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରତି କାର୍ଯ୍ୟକାରୀ କରାଯାଇପାରିବ। ଏଥିପାଇଁ ବ୍ୟାଙ୍କ ଗୁଡିକ ସୂଚନା ଦିଆଯାଇଛି ଯେ ସେମାନେ ମୁଦ୍ରାଋଣ ଯୋଜନାର ଲାଭାର୍ଥୀ, ସ୍ବୟଂ ସହାୟତା ଗୋଷ୍ଠି ଏବଂ ଅଙ୍ଗନୱାଡି କାର୍ଯ୍ୟକର୍ତ୍ତାଙ୍କୁ ଏହା ସହିତ ଯୋଡିବା ଦିଗରେ କାମ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.