Below header

କିସ୍‌ ଓ କିଟ୍‌ ପରିଦର୍ଶନରେ ଅଷ୍ଟିନ୍‌ ଫର୍ଣ୍ଣାଣ୍ଡୋ, ଛାତ୍ରଛାତ୍ରୀଙ୍କୁ ଦେଲେ ସଫଳ ହେବାର ମନ୍ତ୍ର

ଶିକ୍ଷା ହିଁ ବିକାଶର ମୂଳମନ୍ତ୍ର ବୋଲି ଭାରତରେ ଅବସ୍ଥାପିତ ଶ୍ରୀଲଙ୍କା ଉଚ୍ଚାୟୁକ୍ତ ଅଷ୍ଟିନ୍‌ ଫର୍ଣ୍ଣାଣ୍ଡୋ କହିଛନ୍ତି । ରବିବାର କିସ୍‌ ଓ କିଟ୍‌ ପରିଦର୍ଶନ ଅବସରରେ କିସ୍‌ର ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଶ୍ରୀ ଫର୍ଣ୍ଣାଣ୍ଡୋ କହିଲେ, ଜନଜାତିମାନେ ଅବହେଳିତ ରହିବାର ମୁଖ୍ୟ କାରଣ ହେଉଛି ଶିକ୍ଷାର ଅଭାବ । ଶିକ୍ଷା ହିଁ ସେମାନଙ୍କୁ ଅବହେଳିତ ହୋଇ ପଡ଼ି ରହିବାରୁ ମୁକ୍ତି ଦେଇପାରିବ । ଶିକ୍ଷା ମାଧ୍ୟମରେ ଆମେ ଆମର ବ୍ୟକ୍ତିଗତ ପରିବାର, ସମାଜ, ରାଜ୍ୟ ଓ ଦେଶର ବିକାଶ କରିପାରିବା ବୋଲି ଶ୍ରୀ ଫର୍ଣ୍ଣାଣ୍ଡୋ କହିଥିଲେ । ସେ କହିଲେ, ଶିକ୍ଷା ମାଧ୍ୟମରେ ହିଁ ସମାଜରୁ ଦାରିଦ୍ର୍ୟ ଦୂର ହୋଇ ପାରିବ । କିସ୍‌ ପରିଦର୍ଶନ କରିବା ପରେ ମୋର ହୃଦବୋଧ ହୋଇଛି ୟେ ଜଣେ ବ୍ୟକ୍ତି ଚାହିଁଲେ ସମାଜରେ ପରିବର୍ତ୍ତନ ଆଣିପାରିବ । ଏହା କିସ୍‌ ମାଧ୍ୟମରେ ଡ. ଅଚ୍ୟୁତ ସାମନ୍ତ ପ୍ରମାଣ କରି ଦେଖାଇଛନ୍ତି । ସେ ସମସ୍ତଙ୍କୁ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ପିଲାମାନଙ୍କୁ ଜୀବନରେ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇ କହିଲେ, ନିଜକୁ ଏଭଳି ଭାବେ ଗଢି ତୋଳ ଯେଭଳି ଭବିଷ୍ୟତରେ ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିର ସଫଳ ମୁକାବିଲା କରିପାରିବ ।

ଆହୁରି ପଢନ୍ତୁ: ନେପାଳର ଫକୀର ଭାରତରେ ମାଲାମାଲ, ଆପଣଙ୍କ ପରିଚିତ ଲୋକଟିଏ ଜାଣନ୍ତୁ କିଏ?

ନିଜ ପାଠ ପଢ଼ି ନିଜ ପାଇଁ ରୋଜଗାର କରି ପ୍ରତିଷ୍ଠା ଅର୍ଜନ କଲେ କିଛି ଲାଭ ନାହିଁ । ତମେମାନେ ଯେଉଁ ଅନୁଷ୍ଠାନରେ ପାଠ ପଢୁଛ ସେହି ଅନୁଷ୍ଠାନ, ତୁମ ପରିବାର, ସମାଜ, ରାଜ୍ୟ ଓ ଦେଶକୁ ପ୍ରତିଦାନ ଦେବାର କଳା ତୁମର ପ୍ରତିଷ୍ଠାତା ଡ. ସାମନ୍ତଙ୍କ ଠାରୁ ଶିଖିବା ଉଚିତ୍‌ । ପ୍ରତ୍ୟେକଙ୍କ ଜୀବନରେ ଜଣେ ଜଣେ ଆଦର୍ଶ ମଣିଷ ଥାନ୍ତି । ତୁମ ମାନଙ୍କୁ ତୁମ ଜୀବନର ଆଦର୍ଶ ମଣିଷ ଖୋଜିବାକୁ ପଡ଼ିବ ନାହିଁ । କାରଣ ତୁମର ଆଦର୍ଶ ତୁମ ନିକଟରେ ସର୍ବଦା ରହିଛନ୍ତି । ସେ ହେଉଛନ୍ତି ଡ. ଅଚ୍ୟୁତ ସାମନ୍ତ ବୋଲି ଶ୍ରୀ ଫର୍ଣ୍ଣାଣ୍ଡୋ କହିଥିଲେ । ଶ୍ରୀ ଫର୍ଣ୍ଣାଣ୍ଡୋ, ପତ୍ନୀ ସିଲିଭିଆ ଫର୍ଣ୍ଣାଣ୍ଡୋ ଏବଂ ଭାରତ ସ୍ଥିତ ଶ୍ରୀଲଙ୍କା ହାଇକମିସନ କାର୍ଯ୍ୟାଳୟର କାଉନସିଲର ଅଚିନି ପେରେରା କିଟ୍‌ ଓ କିସ୍‌ ପରିଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠାତା ଡ. ସାମନ୍ତ, କିଟ୍‌ ଓ କିସ୍‌ ସଂପାଦକ ଆର୍‌.ଏନ୍‌ ଦାଶ, କିସ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥି, କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏଚ୍‌ କେ ମହାନ୍ତି, କିସ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ଡ. ପି.କେ ରାଉତରାୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.