ପ୍ରତ୍ୟେକ ଦିନ ମାତ୍ର ‘୫୦ ଟଙ୍କା’ ସେଭିଙ୍ଗ୍‌ କରି ପାଇପାରିବେ ୧୦ ଲକ୍ଷ ଟଙ୍କା, ଏହା ହେଲା ସହଜ ଉପାୟ

ପ୍ରତ୍ୟେକ ଦିନ ଯଦି ଆପଣ କିଛି ପଇସା ବଞ୍ଚାଇ ନିବେଶ କରିବା ଆରମ୍ଭ କରିବେ, ତା’ ହେଲେ ଏହା ଆପଣଙ୍କୁ ଧାର୍ଯ୍ୟ ସମୟରେ ଏକ ମୋଟା ଅଙ୍କର ଲାଭ ଦେଇପାରିବ। ଆପଣ ଭାବୁଛନ୍ତି କି ୫୦ ଟଙ୍କା ପ୍ରତିଦିନ ସେଭିଙ୍ଗ୍‌ କରି କ’ଣ ୧୦ ଲକ୍ଷ ଟଙ୍କା ପାଇହେବ? ହଁ, ଏହା ସମ୍ଭବ। ଏକ ଭଲ ଯୋଜନାରେ ପ୍ରତିଦିନ କିଛି ଟଙ୍କା ବଞ୍ଚାଇ ନିବେଶ କଲେ, ଏହା ଆପଣଙ୍କୁ ଲକ୍ଷପତି ବନେଇ ଦେଇପାରିବ। ଏଥିରେ ମ୍ୟୁଚୁଆଲ ଫଣ୍ଡ ଆପଣଙ୍କୁ ସାହାଯ୍ୟ କରିପାରିବ। ସବୁଠାରୁ ଭଲ କଥା ହେଲା, ୫୦ ଟଙ୍କା ସେଭିଙ୍ଗରେ ଆପଣଙ୍କୁ ଆର୍ଥକ ଚାପ ମଧ୍ୟ ପଡ଼ିବ ନାହିଁ ଏବଂ ସମସ୍ତ ଖର୍ଚ୍ଚ ପରେ ବି ଆପଣ ସହଜରେ ଏହି ସେଭିଙ୍ଗ୍‌ କରିପାରିବେ।

money 1

ଏମିତି ହୋଇପାରିବ ୧୦ ଲକ୍ଷ ଟଙ୍କାର ଫଣ୍ଡ

ଆପଣ ୫୦ ଟଙ୍କା ସେଭିଙ୍ଗ୍‌ କଲେ, ମାସକୁ ୧,୫୦୦ ଟଙ୍କା ହେବ। ପ୍ରତ୍ୟେକ ମାସରେ ଆପଣଙ୍କୁ ୧,୫୦୦ ଟଙ୍କା ମ୍ୟୁଚୁଆଲ ଫଣ୍ଡ ସ୍କିମରେ SIP ଜରିଆରେ ନିବେଶ କରିବାକୁ ପଡ଼ିବ। ଏହି ନିବେଶ ୧୫ ବର୍ଷ ପଯ୍ୟର୍ନ୍ତ କରିବାକୁ ହେବ। ବଜାରରେ ଏମିତି ଅନେକ ମ୍ୟୁଚୁଆଲ ଫଣ୍ଡ ରହିଛି, ଯାହାକି ବିଗତ ୧୫ ବର୍ଷରେ ବାର୍ଷିକ ୧୫ ପ୍ରତିଶତ ଦରରେ ଫେରସ୍ତ କରିଛି। ଯଦି ଏତିକି ହିଁ ରିଟର୍ଣ୍ଣ ଆପଣଙ୍କୁ ମିଳେ, ତା’ହେଲେ ୧୫ ବର୍ଷ ପରେ ଆପଣଙ୍କ ପାଖରେ ୧୦ ଲକ୍ଷ ଟଙ୍କାର ଫଣ୍ଡ ତିଆରି ହୋଇଯିବ।

mutual

ଏହାସହ ପଢ଼ନ୍ତୁ: ଆୟକର ବିଭାଗ ଆଣିଲା ନୂଆ ସୁବିଧା, ମିନିଟ୍‌ ଭିତରେ ପତ୍ତା ଲଗାଇ ପାରିବେ ନୋଟିସ୍‌ ‘ଅସଲି ନା ନକଲି’!

ଏତିକି ହେବ ଫାଇଦା

ଯଦି ଆପଣ କୌଣସି ମ୍ୟୁଚୁଆଲ ଫଣ୍ଡ ସ୍କିମରେ ୧୫ ବର୍ଷ ପଯ୍ୟର୍ନ୍ତ ନିବେଶ କରିବେ, ତା’ହେଲେ ଆପଣଙ୍କ ମୋଟ ନିବେଶ ୨,୭୦,୦୦୦ ଟଙ୍କା ହେବ। ସେଠି ଆପଣଙ୍କ SIP ର ମୋଟ ମୂଲ୍ୟ ୧୦,୦୨,୭୬୦ ଟଙ୍କା ହେବ। ଅର୍ଥାତ୍‌ ଆପଣ ୭,୩୨,୭୬୦ ଟଙ୍କା ଫାଇଦା ପାଇପାରିବେ।

SIP ଜରିଆରେ କରନ୍ତୁ ନିବେଶ

SIP, ମ୍ୟୁଚୁଆଲ ଫଣ୍ଡରେ ନିବେଶର ସବୁଠାରୁ ଭଲ ଉପାୟ। ଏହା ମାଧ୍ୟମରେ ନିବେଶର ଭଲ ଆଭରେଜ୍‌ ହୋଇଥାଏ, ଯଦ୍ଦ୍ଵାରା ନିବେଶରେ କ୍ଷତି ଦୂର ହୋଇଯାଇଥାଏ ଏବଂ ଭଲ ରିଟର୍ଣ୍ଣ ସମ୍ଭାବନା ବଢ଼ିଯାଏ। ତେବେ ଏହା ଜାଣି ରଖନ୍ତୁ ଯେ ମ୍ୟୁଚୁଆଲ ଫଣ୍ଡରେ SIP ଆରମ୍ଭ କରିବା ପରେ ଆପଣ ଧାଯ୍ୟର୍ ସମୟ ପଯ୍ୟର୍ନ୍ତ ଅପେକ୍ଷା କରିବା ଜରୁରୀ ନୁହେଁ। ଆପଣ ଚାହିଁଲେ, ଯେତେବେଳେ ବି ଏହାକୁ ରୋକି ପାରିବେ। ଏମିତି କରିବାରେ କୌଣସି ପେନାଲଟି ଲାଗିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.