ଖୋଲିଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର, କୋଭିଡ ନିୟମ ମାନି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ଭଦ୍ରକ: ଦୀର୍ଘ ୨୧ ଦିନ ପରେ ପୁଣି ଥରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲିଲା ଭଦ୍ରକ ଜିଲ୍ଲାର ସର୍ବ ପୁରାତନ ଶୈବ ପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ଆଜିଠାରୁ ଭକ୍ତମାନେ କୋଭିଡ ନିୟମ ମାନି ଆଖଣ୍ଡଳମଣିଙ୍କ ଦର୍ଶନ କରିପାରିବେ। ଆଜି ମନ୍ଦିର ଖୋଲା ଥିବାରୁ ଭକ୍ତଙ୍କ ମନରେ ଖୁସି ଲହରୀ ଖେଳିଯାଇଛି। ଭକ୍ତମାନେ ନିୟମ ମାନି ବାବାଙ୍କୁ ଦର୍ଶନ କରୁଛନ୍ତି। ଅନ୍ୟପଟେ ଦୀର୍ଘ ଦିନ ପରେ ମନ୍ଦିର ଖୋଲିଥିବାରୁ ସେବାୟତମାନେ ମଧ୍ୟ ବେଶ ଖୁସି ଥିବା କହିଛନ୍ତି। ମାଘ ମାସ ଚାଲିଥିବାରୁ ଭକ୍ତମାନେ ବାବାଙ୍କୁ ଦର୍ଶନ କରି ନିଜ ମାନସିକ ପୂରଣ କରୁଛନ୍ତି। ଗତ ମାସ ୧୦ତାରିଖରୁ ପ୍ରଶାସନର ନିଷ୍ପତ୍ତି କ୍ରମେ ସର୍ବସାଧାରଣ ଦର୍ଶନ ବନ୍ଦ ଥିଲା।