ବଜେଟରେ ଟିକସ ବ୍ୟବସ୍ଥା ଘୋଷଣା କଲେ ଅର୍ଥମନ୍ତ୍ରୀ, କ୍ରିପ୍ଟୋ କରେନ୍ସି ଉପରେ ୩୦ ପ୍ରତିଶତ ଟିକସ ପାଇଁ ଘୋଷଣା

ଆଜି ସଂସଦରେ ବଜେଟ ୨୦୨୨ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିରେ ଟ୍ୟାକ୍ସକୁ ଗୁରୁତ୍ୱ ମଧ୍ୟ ଦେଇଛନ୍ତି। ସୀତାରମଣ କହିଛନ୍ତି, ୨୦୨୨-୨୩ ବର୍ଷରେ ଆରବିଆଇ ଡିଜିଟାଲ କରେନ୍ସି ଆଣିବ। ଯାହାର ନାମ ଡିଜିଟାଲ ରୁପି ରହିବ। ଏହାଯୋଗୁଁ ଅର୍ଥ ବ୍ୟବସ୍ଥାରେ ବଡ ପରିବର୍ତ୍ତନ ହେବ। ଏଥିରେ ଡିଜିଟାଲ ଦେଣନେଣ ମୁଖ୍ୟ ଭାବେ ହେବ। କ୍ରିପ୍ଟୋ କରେନ୍ସିକୁ ନେଇ କୌଣସି ପ୍ରକାର ସ୍ପଷ୍ଟୋକ୍ତି ହୋଇନାହିଁ। କ୍ରିପ୍ଟୋ କରେନ୍ସି ଉପରେ ୩୦ ପ୍ରତିଶତ ଟିକସ ପାଇଁ ଘୋଷଣା। କିନ୍ତୁ ଡିଜିଟାଲ ବ୍ୟାଙ୍କିଂକୁ ଫାଇଦା ହୋଇପାରେ।

ସାଧାରଣ ବଜେଟରେ ଇନକମ ଟ୍ୟାନ୍ସ ସ୍ଲାବରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନାହିଁ। ଟିକସ ଦାତା ଆୟ ଘୋଷଣାରେ ତ୍ରୁଟି କଲେ ସୁଧାରିପାରିବେ। ୨ ବର୍ଷ ମଧ୍ୟରେ ସାନି ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ । ଅଦାଲତି ଝାମେଲରୁ ବର୍ତ୍ତିବା ପାଇଁ ପୁଣିଥରେ ଘୋଷଣା କରାଯିବ। ହୀରା ଗହଣା ଉପରେ ୫% ପ୍ରତିଶତ କଷ୍ଟମ ଡିଟ୍ୟୁ କମିଲା। କୃଷି ଉପକରଣ, ମୋବାଇଲ ଚାର୍ଜର, ଡ୍ରେସ, ଚମଡା ସାମଗ୍ରୀ, ବିଦ୍ୟୁତ ଟ୍ରାନ୍ସଫରମର ଶସ୍ତା ହେବ।

କ୍ୟାପିଟାଲ ଏକ୍ସପେଣ୍ଡିଚର ୫.୫୪ ଲକ୍ଷ କୋଟିରୁ ୭.୫ ଲକ୍ଷ କୋଟିକୁ ବୃଦ୍ଧି। କ୍ୟାପିଟାଲ ଏକ୍ସପେଣ୍ଡିଚର ମୋଟ ଜିଡିପିର ୪% । ଟିକସଦାତା ଆୟ ଦର୍ଶାଇବାରେ ତ୍ରୁଟି କରିଥିଲେ ସୁଧାରି ପାରିବେ, ୨ ବର୍ଷ ମଧ୍ୟରେ ସାନି ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ । NPS ପାଇଁ ରାଜ୍ୟ ସରକାରୀ କର୍ମଚାରୀଙ୍କ ଠାରୁ କଟିବ ୧୪%, କେନ୍ଦ୍ର କର୍ମଚାରୀଙ୍କ ୧୪%, ରାଜ୍ୟ କର୍ମଚାରୀଙ୍କ ୧୦% କଟୁଥିଲା। କୋ-ଅପରେଟିଭ ସୋସାଇଟି ଟ୍ୟାକ୍ସ ୧୮%ରୁ କମି ୧୫% ହେଲା ।