Below header

ବାଦାମବାଡିରୁ ଖାନନଗରକୁ ଉଠିବ ବସ୍‌ଷ୍ଟାଣ୍ଡ, କଟକ ଡି-କଞ୍ଜେସନ୍‌ ପ୍ଲାନର ଆଉ ଏକ ପଦକ୍ଷେପ

କଟକ: ବାଦାମବାଡିରୁ ଖାନନଗରକୁ ଉଠିବ ବସ୍‌ଷ୍ଟାଣ୍ଡ। କଟକ ଡି-କଞ୍ଜେସନ୍‌ ପ୍ଲାନର ଆଉ ଏକ ପଦକ୍ଷେପ। 5 T ସଚିବ ଭି. କେ ପାଣ୍ଡିଆନ୍‌ ଅଚାନକ କଟକ ବାଦାମବାଡି ବସ୍‌ ଷ୍ଟାଣ୍ଡ ପରିଦର୍ଶନ କରିଥିଲେ । ବସ୍‌ ଷ୍ଟାଣ୍ଡର ଉନ୍ନତିକରଣ ପାଇଁ ସ୍ଥିତିର ସମୀକ୍ଷା କରିଥିଲେ ପାଣ୍ଡିଆନ । ଦୈନିକ ୩ ହଜାରରୁ ଅଧିକ ବସ୍‌ ଏଠାରୁ ରାଜ୍ୟର ବିଭିନ୍ନ ଅଂଚଳକୁ ଚଳାଚଳ କରେ। ବସଷ୍ଟାଣ୍ଡ ପାଇଁ ଲିଙ୍କରୋଡ୍‌-ବାଦମବାଡ଼ି ଓ ବାଦାମବାଡ଼ି-ମେଡିକାଲ ରାସ୍ତାରେ ଭିଡ଼ ଜମେ। ଏହାକୁ ଦୃଷ୍ଟିରେ ରଖି ଖାନନଗର ନିକଟକୁ ଉଠିଯିବ ବସଷ୍ଟାଣ୍ଡ। ଖାନନଗର ପାର୍କ ନିକଟରେ ଥିବା ସିଏମ୍‌ସିର ୩୦ ଏକର ଜମିରେ ବସଷ୍ଟାଣ୍ଡ କରିବାକୁ ଯୋଜନା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.