କରୋନାକୁ ନେଇ ଚିନ୍ତାରେ ଭାରତ, ପୁଣି ୧୮ଜଣଙ୍କ ରକ୍ତ ନମୁନା ଆସିଲା ପଜିଟିଭ୍‌!

ନୂଆଦିଲ୍ଲୀ: ସାରା ଦେଶରେ କରୋନା ଏବେ କାୟା ବିସ୍ତାର କରିବାରେ ଲାଗିଛି। ପୁଣି ୧୮ଜଣଙ୍କ ରକ୍ତ ନମୁନା ପଜିଟିଭ୍‌ ଆସିଛି। ସେପଟେ କରୋନାକୁ ନେଇ ଚିନ୍ତାରେ ଭାରତ। ଗତ କିଛି ଦିନ ହେବ ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଏହି ସଂଖ୍ୟା ୫୦ ଟପି ୬୦ରେ ପହଞ୍ଚିଛି। କେରଳରେ ୧୪ ଜଣ ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରେ ୩ ଜଣ ଓ ମହରାଷ୍ଟ୍ରରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ୫୦ ଟି ପଜିଟିଭ ଘୋଷଣା କରାଯାଇଛି। ଅନ୍ୟପଟେ ପ୍ରଥମ ଥର ପାଇଁ ଭାରତରେ ଦୁଇ ଜଣ କରୋନା ରୋଗୀଙ୍କ ଦେହରେ ଆଣ୍ଟି-ଏଚ୍‌.ଆଇ.ଭି ଡ୍ରଗ୍‌ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ଚୀନ୍‌ ସମେତ ମୋଟ ମୃତ୍ୟୁ ସଂଖା ୪ ହଜାର ଡେଇଁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ଟପି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.