Below header

ମୟୂରଭଞ୍ଜ କରଞ୍ଜିଆରେ ‘ବାଥୁଡି’ ସମ୍ପ୍ରଦାୟର ବିଶାଳ ସମାବେଶ

ମୟୂରଭଞ୍ଜ(କେନ୍ୟୁଜ୍) : ମୟୂରଭଞ୍ଜ କରଞ୍ଜିଆରେ ‘ବାଥୁଡି’ ସମ୍ପ୍ରଦାୟର ବିଶାଳ ସମାବେଶ । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ସଂଖ୍ୟାର ବାଥୁଡି ସମ୍ପ୍ରଦାୟର ପୁରୁଷ ମହିଳା ଯୋଗଦେଇଥିଲେ । କରଞ୍ଜିଆ ବିଧାୟକ ବିଜୟ କୁମାର ନାୟକ ନିଜେ ‘ଚାଙ୍ଗୁ ବାଜା’ ବଜାଇ ‘ଜୟ ବଡାମ’ ଧ୍ୱନିର ତାଳେ ତାଳେ ଏକ ବିରାଟ ରାଲିରେ ବାହାରି ସହର ପରିକ୍ରମା କରିଥିଲେ । ବାଥୁଡି ଜାତିର ମହାନତା, ନିଷ୍ଠା ଓ ଏକତା ବଜାୟ ରଖିବା କାର‌୍ୟ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଅତିଥିମାନେ କହିଥିଲେ । ପରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଲୋକଙ୍କ ଦ୍ୱାରା ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.