Below header

ଗୋଟିଏ ଦିନରେ ବାହୁଡ଼ା ଯାତ୍ରା ଓ ସୁନାବେଶ, ଶ୍ରୀମନ୍ଦିରରେ ନୂଆ ପାଞ୍ଜି ଲାଗି ପରେ ସ୍ଥିତି ହେବ ସ୍ପଷ୍ଟ

ପୁରୀ (କେନ୍ୟୁଜ୍) : ଗୋଟିଏ ଦିନରେ ପଡ଼ିବ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶ । କିଛି କ୍ୟାଲେଣ୍ଡରରୁ ଏଭଳି ସୂଚନା ମିଳିବା ପରେ ବିବାଦ ଦେଖାଦେଇଛି । ଶ୍ରୀମନ୍ଦିର ପାଞ୍ଜି ଗଣନାକାରୀଙ୍କ ଦ୍ୱାରା ମନ୍ଦିରର ନୀତିକାନ୍ତି ଓ ପର୍ବପର୍ବାଣୀ ନିର୍ଦ୍ଧାରିତ ହୋଇଥାଏ । ତେବେ ମୁକ୍ତିମଣ୍ଡପ ପଣ୍ଡିତ ସଭା ଦ୍ୱାରା ଅନୁମୋଦିତ ପାଞ୍ଜିରେ ସମୟ, ତିଥି ଗଣନାରେ ଗୁରୁତର ତ୍ରୁଟି ରହିଛି ।

panji

ମୁଦ୍ରିତ ପାଞ୍ଜି ବାହାରକୁ ଆସିବା ପରେ ଜନସାଧାରଣଙ୍କୁ ଭ୍ରମିତ କରିଛି। ପରମ୍ପରା ଓ ପ୍ରଥା ଅନୁଯାୟୀ ଶ୍ରୀମନ୍ଦିରରରେ ଦୋଳପୂର୍ଣ୍ଣିମା ଦିନ ନୂତନ ପାଞ୍ଜି ବାହାରିବା ସହ ମହାପ୍ରଭୁଙ୍କ ପାଖରେ ପଢାଯାଇଥାଏ। ତେବେ କିଛି ପାଞ୍ଜିରୁ ଏଭଳି ତଥ୍ୟ ସାମନାକୁ ଆସିବା ପରେ ନୂଆ ପାଞ୍ଜି ଜଗନ୍ନାଥଙ୍କ ପାଖରେ ଲାଗୁ ହେବା ପରେ ବାହୁଡା ଯାତ୍ରା ଓ ସୁନାବେଶର ତିଥି ସ୍ପଷ୍ଟ ହେବ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.