ପୁଣି ଏକ କଲରାପତରିଆ ବାଘର ମୃତ୍ୟୁ, କାରଣ ଅସ୍ପଷ୍ଟ, ବନବିଭାଗର ତଦନ୍ତ ଆରମ୍ଭ

ଅନୁଗୁଳ (କେନ୍ୟୁଜ୍) : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନଖଣ୍ଡର କଣଲୋଇ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘର ମୃତ୍ୟୁ ହୋଇଛି । ଗାଁର କିଛି ଲୋକ ଜଙ୍ଗଲକୁ ଜାଳ ଗୋଟାଇବାକୁ ଯାଇଥିବା ବେଳେ ବାଘ ମରିପଡ଼ିଥିବା ଦେଖିବାକୁ ପାଇଥିଲେ। ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ମୃତ ବାଘର ବ୍ୟବଚ୍ଛେଦ ପରେ କାରଣ ଜଣାପଡ଼ିବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି । କିଛି ଦିନ ପୂର୍ବରୁ ପାଲଲହଡ଼ା ଅଞ୍ଚଳରେ ମଧ୍ୟ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.