Below header

ବଲାଙ୍ଗିର ଜାଲ ସାର୍ଟିଫିକେଟ ମାମଲା, ଆଉ ୪ ଅଟକ

ବଲାଙ୍ଗିର ଜାଲ ସାର୍ଟିଫିକେଟ ମାମଲାରେ ଆଉ ଚାରି ଜଣ ଅଟକ । କ୍ରାଇମ ବ୍ରାଞ୍ଚର ସେମାନଙ୍କୁ ପଚରା ଉଚରା କରୁଛି । ଦୁଇ ଦିନ ଭିତରେ ମୋଟ ୭ ଜଣଙ୍କୁ ଅଟକ ରଖିଲାଣି । ଏମାନଙ୍କ ଭିତରେ କିଛି ଦଲାଲ ଓ ସରକାରୀ ଚାକିରିଆ ଥିବା ସୂଚନା ମିଳିଛି ।

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିର ଜାଲ ସାର୍ଟିଫିକେଟ ମାମଲାରେ ଆଉ ଚାରି ଜଣ ଅଟକ । କ୍ରାଇମ ବ୍ରାଞ୍ଚର ସେମାନଙ୍କୁ ପଚରା ଉଚରା କରୁଛି । ଦୁଇ ଦିନ ଭିତରେ ମୋଟ ୭ ଜଣଙ୍କୁ ଅଟକ ରଖିଲାଣି । ଏମାନଙ୍କ ଭିତରେ କିଛି ଦଲାଲ ଓ ସରକାରୀ ଚାକିରିଆ ଥିବା ସୂଚନା ମିଳିଛି । ଗତ ଦଶ ଦିନ ହେଲା ବଲାଙ୍ଗିରରେ ଡେରା ପକାଇଛି ତଦନ୍ତକାରୀ ସଂସ୍ଥା । ଜାଲ ସାର୍ଟିଫିକେଟର ମୂଳରେ ପହଞ୍ଚିବାକୁ ଚେଷ୍ଟା ଚଳାଇଛି । ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି ଅଧିକାରୀ ।

କେତେବେଳେ ରିଲାଏନ୍ସ କୋଚିଂ ସେଣ୍ଟରରେ ଚଢ଼ାଉ ତ ଆଉ କେତେବେଳେ ଟାଉନ ଥାନାରେ ତଦନ୍ତ କରୁଛି । ଅଟକ ଥିବା ୭ ଜଣଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚରା ଉଚରା କରୁଛି କ୍ରାଇମବ୍ରାଞ୍ଚ । ଅନ୍ୟପଟେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଥିବା ସମୟରେ ଅନେକ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ । ଏବେ କ୍ରାଇମବ୍ରାଞ୍ଚ ସ୍କାନରରେ ଦୁଇଶହ ବ୍ୟକ୍ତି ଥିବା ଜଣାପଡ଼ିଛି । କିଛି ସରକାରୀ ଚାକିରିଆ ବି ଏହି ଜାଲ ସାର୍ଟିଫିକେଟ ରାକେଟରେ ସାମିଲ ଥିବା ସୂଚନା ମିଳିଛି । ସେମାନଙ୍କୁ ଖୁବଶୀଘ୍ର ଡକାଯିବ।

ପୂର୍ବରୁ ଘଟଣାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର, ଆଲୋକ ଉଦଗାତା, ତ୍ରିବିହାରୀ ପଣ୍ଡା ଓ ପରେସ ବୁଡେକଙ୍କୁ ତିନିଦିନିଆ ରିମାଣ୍ଡରେ ନେଇ ସେମାନଙ୍କ ଠାରୁ ବହୁ ତଥ୍ୟ ହାସଲ କରିଛି। ଏହାସହ ମନୋଜ ମିଶ୍ରଙ୍କ ପତ୍ନୀ ଓ ଆଲୋକ ଉଦ୍‌ଗାତାଙ୍କ ପତ୍ନୀଙ୍କୁ ମଧ୍ୟ ଜେରା କରି ଆର୍ଥିକ କାରବାରର ବହୁ ରହସ୍ୟ ଭେଦିଛି ତଦନ୍ତକାରୀ ସଂସ୍ଥା। ତେବେ ପ୍ରଶ୍ନ ଉଠିଛି ଏତେ ଜାଲ୍‌ ସାର୍ଟିଫିକେଟ୍‌ଧାରୀ ପୋଷ୍ଟାଲରେ ଚାକିରି ପାଇଲେ କେମିତି ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.