Below header

ଭିଜିଲାନ୍ସ ଜାଲରେ ବାଲେଶ୍ୱର ASI, ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ନରହରି ମହାଳିକ୍‌

ବାଲେଶ୍ୱର : ଭିଜିଲାନ୍ସ ଜାଲରେ ବାଲେଶ୍ୱର ଏଏସଆଇ । ବାଲୁବଜାର ଅଞ୍ଚଳର ସକିଲ ଅହମଦଙ୍କଠାରୁ ଜମିଜମା ମାମଲାରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଅଭିଯୁକ୍ତ ହେଲେ ବାଲେଶ୍ୱର ଟାଉନ ଥାନାର ଏଏସଆଇ ନରହରି ମହାଳିକ୍‌ । ନରହରି ପୂର୍ବରୁ ସକିଲଙ୍କ ଠାରୁ ଏକ ଲକ୍ଷ ୭୫ ହଜାର ଟଙ୍କା ନେଇ ସାରିଥିବା ବେଳେ ପୁଣି ଥରେ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ପୂର୍ବ ଯୋଜନା ଅନୁସାରେ ନଗଦ ଟଙ୍କା ସହ ନରହରିଙ୍କୁ ଗିରଫ କରାଯାଇଛି । ଏହାସହ ଫକୀରମୋହନ ସ୍ଥିତ ବାସଭବନ ସମେତ ତିିନୋଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ସଂପୃକ୍ତ ପୋଲିସ୍‌ ଅଧିକାରୀ ଦୀର୍ଘଦିନ ଧରି ସକିଲଙ୍କ ପରିବାରକୁ ଗିରଫ କରାଇଦେବା ଭୟ ଦେଇ ଲୁଟି ଚାଲିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.