Below header

କେନ୍ଦୁଝର: କରୋନାରେ ମୃତକ ମିଳିଲାନି ଚାରି କାନ୍ଧ, ବାଂଶପାଳ ବିଡ଼ିଓ ଓ ସାମାଜିକ କର୍ମୀ କଲେ ଅନ୍ତିମ ସଂସ୍କାର

ବାଂଶପାଳ(କେନ୍ୟୁଜ୍): କରୋନା ମହାମାରୀ ଏଭଳି  ରୂପ ଦେଖାଉଛି ଯେ ମୃତକକୁ ଅନ୍ତିମ ସଂସ୍କାର କରିବାକୁ ପରିବାର ଲୋକେ ପାଖ ମାଡୁନାହାନ୍ତି  । କାଳେ ସଂକ୍ରମଣ ବ୍ୟାପିଯିବ ଏହି ଆଶଙ୍କାରେ ରକ୍ତ ସମ୍ପର୍କ ଲୋକେ ମଧ୍ୟ ଅଛୁଆଁ କରିଦେଉଛନ୍ତି । ନିଜ ଜୀବନକୁ ସୁରକ୍ଷିତ ରଖିବା ପାଇଁ ସମ୍ପର୍କୀୟମାନେ ମଧ୍ୟ ମରଶରୀରକୁ ହାତ ଲଗାଉନାହାନ୍ତି।  ଏଭଳି ସଙ୍କଟ ସମୟରେ ବାଂଶପାଳରୁ ଏକ ଖବର ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା।  ଜଣେ କରୋନା ଆକ୍ରନ୍ତଙ୍କ ମୃତ୍ୟୁ ଘଟିବାରୁ ଅନ୍ତିମ ସଂସ୍କାର ପାଇଁ ଚାରି କାନ୍ଧ ମିଳିନଥିଲା । ପାଖାପିଖି ୨୦ ଘଣ୍ଟା ପଡ଼ିରହିବା ପରେ ଶେଷରେ ସାମାଜିକ କର୍ମୀ ଅଞ୍ଜନ କୁମାର ବେଜ ସୁଆକାଟି ନାଏବ ସରପଞ୍ଚ  ପଞ୍ଚାନନ ବାରିକ ସମେତ କିଛି ସମାଜ ସେବୀଙ୍କ ସହଯୋଗରେ  ମୃତ ଦେହ ଅନ୍ତିମ ସଂସ୍କାର କରାଯାଇଛି।

କରନାରେ ଆକ୍ରାନ୍ତ ହେବା ପରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସୁଆକାଟି ଗ୍ରାମର ପ୍ରହ୍ଲାଦ ସେଠି ଅସୁସ୍ଥ ହୋଇ ପଡ଼ିଥିଲେ ।  ତାଙ୍କୁ କୋଭିଡ ପରୀକ୍ଷା କରିବାରୁ ପିଜେଟିଭ ଚିହ୍ନଟ  ପରେ ସଙ୍ଗରଧ ହୋଇ ଘରେ ରହିଥିଲେ ଓ ଔଷଧ ଖାଉଥିଲେ ମଧ୍ୟ କୋଭିଡ ନିଅନ୍ତ୍ରଣ ହୋଇନଥିଲା  । ଦିନକୁ ଦିନ ଶରୀର ସଙ୍କଟାପନ୍ନ ହେବା ସହିତ ଗୁରୁବାର ଆଖି ବୁଜିଦେଇଥିଲେ ।  କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟ ବରଣ କରିଥବାରୁ ସାହି ପଡୋଶୀ କେହି ପାଖ ମାଡିଲେନି।  ଖବର ପାଇ ବାଂଶପାଳ ବିଡ଼ିଓ ଉଗ୍ରସନ ଓରାମ ମେଡ଼ିକାଲ ଅଫିସର ସୌମେନ୍ଦ୍ର ପ୍ରକାଶ ଦାସ ବାଂଶପାଳ ତହସିଲଦାର ସପନ କୁମାର ସାହୁ ପହଞ୍ଚି ମୃତ ଦେହକୁ ଅନ୍ତିମ ସଂସ୍କାର କରିବାକୁ ଉଦ୍ୟମ କରିଥିଲେ।  ମାତ୍ର କେହି  ସାହି ପଡୋଶୀ ଧରାଛୁଆଁ  ଦେଇନଥିଲେ ।  ପ୍ରଶାସନର ସମସ୍ତ ଚେଷ୍ଟା ଫେଲ ମାରିଥିଲା ।

banshapal

କରୋନା ପ୍ରତି  ଲୋକେ ଏତେ ଭୟଭିତ ଅଛନ୍ତି ଯେ ମୃତଦେହ କୁ ଛୁଇଁବା ତ ଦୂରର କଥା ପାଖ ମଧ୍ୟ ମାଡିନଥିଲେ। ବାଂଶପାଳ ବିଡ଼ିଓ ଉଗ୍ରସେନ ଓରାମ ବିଜେଡି ରାଜ୍ୟ ଯୁବ ଉପସଭାପତି ଅଞ୍ଜନ  କୁମାର ବେଜଙ୍କ ସହଯୋଗ ଲୋଡିଥିଲେ।  ଏଭଳି ବିପଦ ସମୟରେ ମୃତକ ପ୍ରତି ସମ୍ମାନ ଜଣାଇବା ପାଇଁ ଶ୍ରୀ ବେଜ ସୁଆକାଟିରେ ପହଞ୍ଚିବା  ପରେ ନିଜ ସହଯୋଗୀମାନଙ୍କୁ ମୃତ ଅନ୍ତିମ ସଂସ୍କାର କରିବା ପାଇଁ ଉତ୍ସାହିତ କରିଥିଲେ। ଫଳରେ  ଚାରିକାନ୍ଧ ମିଳିନଥିଲେ ମଧ୍ୟ ମୃତକଙ୍କ ପଅ ସୂର୍ଯ୍ୟ କାନ୍ତ ସେଠିଙ୍କୁ ନେଇ ଏହି ସାମାଜିକ କର୍ମୀମାନେ ପିପିଇ କୀଟ ପିନ୍ଧି ନିକଟସ୍ଥ ଶ୍ମଶାନରେ ପ୍ରହ୍ଲାଦଙ୍କ ଅନ୍ତିମ ସଂସ୍କାର କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଶ୍ରୀ ବେଜ ନିକଟରେ କୋଭିଡ ଆକ୍ରାନ୍ତ ହୋଇ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରୁ ସୁସ୍ଥ ହୋଇ ସାତ ଦିନ ହେବ କେନ୍ଦୁଝରରେ  ପହଞ୍ଚିଛନ୍ତି।  କରୋନା  ଆକ୍ରନ୍ତ ସମୟର କଷ୍ଟକୁ ଭୁପେକ୍ଷ ନ କରି ଶୀ ବେଜ ଓ ତାଙ୍କର ବନ୍ଧୁ ମାନେ ଯେଉଁ ମାନବିକତା ଦେଖେଇଛନ୍ତି  ତାହା ଅନ୍ୟ ମାନଙ୍କ ପାଇଁ  ଉଦାହରଣ ସୃଷ୍ଟି କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.