ଭଗବାନ ଶିବଙ୍କ ଏହି ମନ୍ଦିରର ଉଚ୍ଚତା ରହିଛି ସବୁଠୁ ଅଧିକ, ଯେଉଁଠି ଶୁଭାଯାଏ ଡମ୍ବରୁର ସ୍ୱର

ଭାରତରେ ଏମିତି ଅନେକ ମନ୍ଦିର ଅଛି ଯେଉଁଠି ଭଗବାନଙ୍କର ଚମତ୍କାରିତା ଦେଖିବାକୁ ମିଳେ । କିଛି ରହସ୍ୟ ଏମିତି ଅଛି ଯାହାର ଖୋଜ ବୈଜ୍ଞାନିକମାନେ ମଧ୍ୟ କରିପାରିନାହାନ୍ତି । କିନ୍ତୁ ଏହି ରହସ୍ୟ ସଂପର୍କରେ ଆମେ ଆଜି କହିବାକୁ ଯାଉଛୁ । ଦେଶରେ ଏମିତି ଏକ ରହସ୍ୟକାରୀ ମନ୍ଦିର ଯେଉଁଠି ମନ୍ଦିରରେ ଥିବା ପଥରକୁ ଛୁଇଁଲେ ଡମ୍ବରୁର ଶବ୍ଦ ଶୁଭାଯାଏ ।

ଏହି ମନ୍ଦିର ଏସିଆର ସବୁଠୁ ଅଧିକ ଉଚ୍ଚତା ଥିବା ମନ୍ଦିର ଯାହା ହିମାଚଳପ୍ରଦେଶରେ ଅବସ୍ଥିତ । ଏହି ମନ୍ଦିରର ନାମ ଜଟୋଲି ଶିବ ମନ୍ଦିର ।ଏଠି ଭଗବାନ ଶିବ ବିରାଜମାନ ହୋଇଛନ୍ତି । ଦକ୍ଷିଣ- ଦ୍ରାବିଡ ଶୈଳୀରେ ତିଆରି ହୋଇଥିବା ଏହି ମନ୍ଦିରର ଉଚ୍ଚତା ୧୧୧ ଫୁଟ । ବିଶ୍ୱାସ ରହିଛି ଯେ ଏହି ମନ୍ଦିରରେ ଥିବା ପଥରକୁ ବାଡେଇବା ଦ୍ୱାରା ଏଥିରୁ ଡମ୍ବରୁର ଶବ୍ଦ ବାହାରିଥାଏ ।

6
pc: The divine India

୧୯୭୪ ମସିହାରେ ଏହି ମନ୍ଦିର ତିଆରି ଆରମ୍ଭ ହୋଇଥିଲା । ଏହାକୁ ସ୍ୱାମୀ କୃଷ୍ଣାନନ୍ଦ ପରମହଂସ ନାମକ ବାବାଙ୍କ ମାର୍ଗଦର୍ଶନରେ ତିଆରି କରାଯାଇଥିଲା । ଏହାକୁ ସଂପୂର୍ଣ୍ଣ ରୂପେ ତିଆରି ହେବା ପାଇଁ ୩୯ ବର୍ଷ ଲାଗିଥିଲା । କୋଟିଏ ଟଙ୍କାରେ ପ୍ରସ୍ତୁତ ହୋଇଥିବା ଏହି ମନ୍ଦିରର ଖାସ କଥା ହେଉଛି ଏହା ଶ୍ରଦ୍ଧାଳୁଙ୍କ ଦ୍ୱାରା କରାଯାଇଥିବା ଦାନ ପଇସାରେ ତିଆରି ହୋଇଛି । ଏହି ମନ୍ଦିରର ଚତୁଃପାଶ୍ୱର୍ରେ ପାଶ୍ୱର୍ଦେବଦେବୀଙ୍କ ମନ୍ଦିର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.