Below header

କଲରା ଜୁସ ଶରୀରର ପାଇଁ ହୋଇଥାଏ ବେଶ ହିତକର, ଜାଣନ୍ତୁ ଏହାର ଫାଇଦା

କଲରା ଏକ ଏମିତି ପରିବା ଯାହା କାହାକୁ ପ୍ରାୟ ପସନ୍ଦ ଆସିନଥାଏ । ଏହା ପାଟିକୁ ସ୍ୱାଦ ଲାଗିନଥାଏ । କିନ୍ତୁ ଆପଣ ଜାଣନ୍ତି, ଏହା ଆମ ଶରୀର ପାଇଁ ବେଶ ହିତକର ହୋଇଥାଏ । ପସନ୍ଦ ନଆସିବା ସତ୍ତ୍ୱେ ମଧ୍ୟ ଏହାକୁ ସମସ୍ତଙ୍କ ଘରେ ତିଆରି କରାଯାଏ । କାରଣ ଏହା ଶରୀର ପାଇଁ ମେଡିସିନ ସଦୃଶ୍ୟ କାମ କରେ । ତେବେ ଆଜି ଚାଲନ୍ତୁ ଜାଣିବା ଏହାର ଫାଇଦାକାରୀ ଗୁଣ ସଂପର୍କରେ ।

– ଏହାକୁ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଏଥିରେ ଔଷଧିୟ ଗୁଣ ଭରି ରହିଥାଏ । ଖରାଦିଦେ ଏହାର ସେବନ କରିବା ଶରୀର ପାଇଁ ହିତକର ହୋଇଥାଏ ।

– ଏଥିରେ ଆଣ୍ଟି ଅକ୍ସିଡେଣ୍ଟ , ଭିଟାମିନ C,ଭିଟାମିନ K,ଭିଟାମିନ A , କ୍ୟାଲସିୟମ ଫାଇବର, ଆଇରନ ଆଦି ଗୁଣ ରହିଛି । ତେଣୁ ଏହାକୁ ଜୁସ କରି ପିଇଲେ ଏହା ଲିଭର ପାଇଁ ଉପଯୁକ୍ତ ହୋଇଥାଏ ।

66
pc: NDTV Food

– ଏହା ତ୍ୱଚା ପାଇଁ ମଧ୍ୟ ଫାଇଦା ହୋଇଥାଏ ।

– ଏହାର ଜୁସ ଡାଇବେଟିଜ ରୋଗୀଙ୍କ ପାଇଁ ଖୁବ ଲାଭଦାୟକ ହୋଇଥାଏ । ଏଥିରେ ଇନସୁଲିନ ଭଳି ପ୍ରୋଟିନ ରହିଥାଏ ।

– ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ । ଯାହା ଦ୍ୱାରା ଲୋକଙ୍କ ଖାଦ୍ୟ ହଜମ ହେବାରେ କୌଣସି ଅସୁବିଧା ହୁଏ ନାହିଁ ।

– ଏହାଦ୍ୱାରା ଓଜନ ମଧ୍ୟ ନିୟନ୍ତ୍ରଣ ରୁହେ । କାରଣ ଏଥିରେ କ୍ୟାଲୋରୀ କମ ଥାଏ ।

– ଏହା ପେଟ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.