Below header

କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ରଣଧୀର କପୁର

ବଲିଉଡର ଶୋ’ ମ୍ୟାନ ଭାବେ ଜଣା ରାଜ କପୁରଙ୍କ ପୁଅ ରଣଧୀର କପୁର କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଆଜି ସେ ମୁମ୍ବାଇ ସ୍ଥିତ କୋକିଲାବେନ ହସ୍ପିଅଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । କହିରଖିବା ଉଚିତ ହେବକି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଗତ ଏପ୍ରିଲ ୨୯ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

କେଉଁ ସୂତ୍ରରୁ ରଣଧୀର କରୋନା ସଂକ୍ରମିତ ହୋଇଥିଲେ ସେନେଇ ସ୍ପଷ୍ଟ ଭାବେ ଜଣାପଡିନାହିଁ । କିନ୍ତୁ କୋକିଲାବେନ ହସ୍ପିଟାଲରେ ରଣଧୀରଙ୍କ ସହ ତାଙ୍କ ଷ୍ଟାଫ ମାନଙ୍କର ବି ଚିକିତ୍ସା ଚାଲିଥିଲା । ମେ ୨ ତାରିଖରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମାନେ ସୂଚନା ଦେଇଥିଲେକି ସ୍ଥିତି ଗମ୍ଭୀର ଥିବାରୁ ରଣନ୍ଧିରଙ୍କୁ ଆଇସିୟୁରେ ରଖାଯାଇଛି । କିନ୍ତୁ ତାଙ୍କ ଅକ୍ସିଜେନ ମାତ୍ରା ଠିକ ଥିବାରୁ ସେପରି କୌଣସି ଅସୁବିଧା ନଥିବା ମଧ୍ୟ କହିଥିଲେ |

ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କୁ ଖୁବ ଜୋରରେ ଜ୍ୱର ଥିଲା ଏହି କାରଣରୁ ସେ ପୂର୍ବରୁ ନିଜକୁ ହୋମ ଆଇସୋଲେସନରେ ରଖିଥିଲେ | କିନ୍ତୁ ତାଙ୍କ ଦୁଇ ଝିଅ କରିସ୍ମା ଓ କରିନା ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.