ମାଓବାଦୀଙ୍କୁ ଡିଜିପିଙ୍କ ଆହ୍ଵାନ, ଆତ୍ମସମର୍ପଣ କଲେ ମିଳିବ ମାଗଣା ଚିକିତ୍ସା

କେନ୍ୟୁଜ୍(ବ୍ୟୁରୋ): ମାଓବାଦୀଙ୍କୁ ଡିଜିପିଙ୍କ ଆହ୍ଵାନ । କରୋନା ଆକ୍ରାନ୍ତ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଆହ୍ଵାନ କଲେ ପୋଲିସ ଡିଜି ଅଭୟ । ଆତ୍ମସମର୍ପଣ କଲେ ସେମାନଙ୍କୁ ମାଗଣା ଚିକିତ୍ସା କରାଯିବ । ସରେଣ୍ଡର ପଲିସି ଅନୁସାରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ମାଲକାନଗିରି, ସୁନାବେଡ଼ା ଓ ନବରଙ୍ଗପୁର ଗସ୍ତରେ କରୋନା ଓ ଏନଫୋର୍ସମେଣ୍ଟର ସମୀକ୍ଷା କରି ଏହା କହିଛନ୍ତି ପୋଲିସ ଡିଜି ଅଭୟ ।

ଡିଜିପି ପ୍ରଥମେ ମୋଟୁରେ ପହଂଚି ସ୍ଥିତି ସମୀକ୍ଷା କରିଥିଲେ । ରାଜ୍ୟ ସୀମାରେ ତନଖି ଓ ପୋଲିସ ଏନଫୋର୍ସମେଣ୍ଟର ସମୀକ୍ଷା କରିଥିଲେ ଡିଜିପି ଅଭୟ । ଏମ୍‌ଭି-୮୮ରେ ନୂତନ ଫାଣ୍ଡିର ଶୁଭାରମ୍ଭ କରିଥିଲେ। ପରେ ବିଏସଏଫ୍‌ କ୍ୟାମ୍ପ ଯାଇ ବୈଠକ କରିଥିଲେ । ମାଓ ଦମନ ନେଇ ପୋଲିସ ଓ ବିଏସଏଫ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡିଜିପି । ଏହାପରେ ଡିଜିପିଙ୍କ ସୁନାବେଡା ଓ ନବରଙ୍ଗପୁର ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.