Below header

ଟ୍ବିନସିଟିରେ ମନଇଚ୍ଛା ବାଉନ୍ସର ନିଯୁକ୍ତ କରିପାରିବେନି ବାର ମାଲିକ

ଟ୍ବିନସିଟିରେ ଆଉ ମନଇଚ୍ଛା ବାଉନ୍ସର ନିଯୁକ୍ତି କରିପାରିବେନି ବାର ମାଲିକ । ନିଯୁକ୍ତି ପୂର୍ବରୁ ବାର ମାଲିକ ସେମାନଙ୍କ ସମସ୍ତ ତଥ୍ୟ ଟିକିନିଖି ଯାଞ୍ଚ କରିବେ । ବିଶେଷକରି ସେମାନଙ୍କ ଅପରାଧ ପୃଷ୍ଠଭୂମି ସମ୍ପର୍କରେ ଯାଞ୍ଚ କରିବେ ।

ଭୁବନେଶ୍ୱର : ଆକ୍ସନ ମୋଡରେ କମିଶନରେଟ ପୋଲିସ । ବାରରେ ବାଉନ୍ସର ନିଯୁକ୍ତି ଓ ଡ୍ରିଙ୍କ ଆଣ୍ଡ ଡ୍ରାଇଭ ବିରୋଧରେ କମିସନରେଟ ପୋଲିସର କଡା ଆଭିମୁଖ୍ୟ । ଏଣିକି ବାରରେ ମନଇଚ୍ଛା ବାଉନ୍ସର ନିଯୁକ୍ତି କରିପାରିବେନି ବାର ମାଲିକ । ସେମାନଙ୍କ ଅପରାଧ ପୃଷ୍ଠଭୂମି ସମ୍ପର୍କରେ ଯାଞ୍ଚ କରିବେ । ସେହିପରି ଗାଡିଚାଳକଙ୍କୁ ମଦ ଦେଲେ ବାରରେ ତାଲା ଝୁଲିବ ।

ଟ୍ବିନସିଟିରେ ଆଉ ମନଇଚ୍ଛା ବାଉନ୍ସର ନିଯୁକ୍ତି କରିପାରିବେନି ବାର ମାଲିକ । ନିଯୁକ୍ତି ପୂର୍ବରୁ ବାର ମାଲିକ ସେମାନଙ୍କ ସମସ୍ତ ତଥ୍ୟ ଟିକିନିଖି ଯାଞ୍ଚ କରିବେ । ବିଶେଷକରି ସେମାନଙ୍କ ଅପରାଧ ପୃଷ୍ଠଭୂମି ସମ୍ପର୍କରେ ଯାଞ୍ଚ କରିବେ । ଆସନ୍ତା ୨ ମାସ ପର୍ଯ୍ୟନ୍ତ ଦ୍ବେତନଗରୀରେ ଏହି ନିର୍ଦ୍ଦେଶ ବଳବତ୍ତର ରହିବ । ନିୟମ ଅନୁସାରେ ଘରୋଇ ସୁରକ୍ଷା ସଂସ୍ଥାରୁ ସୁରକ୍ଷା କର୍ମଚାରୀ ନିୟୋଜିତ କରିପାରିବେ। କିନ୍ତୁ ନିୟୋଜିତ ବାଉନ୍ସରଙ୍କ ସଂପର୍କରେ ସମସ୍ତ ତଥ୍ୟ ସ୍ଥାନୀୟ ପୋଲିସକୁ ଲିଖିତ ଭାବେ ଦେବେ ବାର ମାଲିକ । ସୁରକ୍ଷା କର୍ମଚାରୀ ମାନେ କୌଣସି ପରିସ୍ଥିତିରେ ଗ୍ରାହକଙ୍କ ମୌଳିକ ଅଧିକାକୁ ଉଲଂଘନ କରିପାରିବେ ନାହଁ । ନିୟମ ଉଲଂଘନ ହେଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ।
ବାଇଟ- ସଂଜୀବ ପଣ୍ଡା, ପୋଲିସ କମିଶନର

ଏପଟେ ବାରରେ ମଦ ପିଇବାକୁ ନେଇ ଲାଗିବ କଟକଣା । ଗାଡିଚାଳକଙ୍କୁ ମଦ ଦେଲେ ବାରରେ ଝୁଲିବ ତାଲା । ବାରରେ ପହଞ୍ଚିବା ପରେ କର୍ମଚାରୀ ମାନେ ଚଳାକ କିଏ ବୋଲି ପ୍ରଥମେ ପଚାରି ବୁଝିବେ । ଯଦି ଗାଡିର ସ୍ବତନ୍ତ୍ର ଚାଳକ ଥିବେ ତା ହେଲେ ମଦ ପିଇବାକୁ ଅନୁମତି ମିଳିବ । ଦଳରେ ଭିତରେ ଥିବା ଚାଳକଙ୍କୁ ମଦ ଦିଆଯିବ ନାହଁ। ତାଙ୍କୁ ବାଦ ଦିଆଯାଇ ଅନ୍ୟମାନଙ୍କୁ ମଦ ଦିଆଯିବ । ମଦ ପିଇ ଯେପରି କେହି ଗାଡି ଚଳାଇପାରିବେ ନାହିଁ, ତାକୁ ନିଶ୍ଚିତ କରାଯିବ । ଏଭଳି କଡା ନିଷ୍ପତ୍ତି ନେବାକୁ ଯାଉଛି କମିସନରେଟ ପୋଲିସ । ନିୟମ ଉଲଂଘନ କଲେ ଗାଡି ଜବତ ସହ ମଦ୍ୟପ ଚାଳକ ଜେଲ ଯିବେ । ବାର କର୍ମଚାରୀ ନିୟମ ଉଲଂଘନ କଲେ ବି ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ । ରାଜଧାନୀ ଉପକଣ୍ଠ ପଟିଆ, ଚନ୍ଦ୍ରଶେଖରପୁର, କଟକ ରୋଡ ଭଳି ସ୍ଥାନରେ ବାର ଓ କ୍ଲବ ଉପରେ ପୋଲିସର ସ୍ବତନ୍ତର ଟିମ ନଜର ରଖିବ । ନିୟମ ଲାଗୁ ପୂର୍ବରୁ ପୋଲିସ ଗତ ୪ ଦିନ ହେବ ରାଜଧାନୀର ବିଭିନ୍ନ ସ୍ଥାନରେ ବ୍ଲିକିଂ ଓ ଚେକିଂକୁ କଡାକଡି କରିଛି । ଫେବୃଆରୀ ପହିଲାରୁ ୪ ତାରିଖ ସୁଦ୍ଧା ବିଭିନ୍ନ ସ୍ଥାନରେ ଯାଞ୍ଚ କରି ୪୦ ଅମାନିଆଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ୪୦ ଗାଡି ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.