କେନ୍ଦୁଝର ଖଜୁରିପାଣି ଗ୍ରାମରେ ଭାଲୁ ଆକ୍ରମଣରେ ମହିଳା ଗୁରୁତର

କେନ୍ଦୁଝର(କେ ନ୍ୟୁଜ୍‌) : କେନ୍ଦୁଝର ପାଟଣା ବନାଞ୍ଚଳ ଅନ୍ତର୍ଗତ ଖଜୁରିପାଣି ଗ୍ରାମରେ ଆଜି ଭୋର ସମୟରେ ଜଣେ ମହିଳା ଭାଲୁ ଆକ୍ରମଣରେ ଗୁରୁତର ହୋଇ ପାଟଣା ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ ଖଜୁରିପାଣି ଗ୍ରାମର କୁନ୍ତଳା ମହାକୁଡ଼ ନାମକ ଜଣେ ମହିଳା ସକାଳୁ ସକାଳୁ ମହୁଲ ଫୁଲ ଗୁଟାଇବାକୁ ପାଖ ଜଙ୍ଗଲକୁ ଯାଇଥିବା ସମୟରେ ଭାଲୁ ହାବୁଡ଼ରେ ପଡିଯାଇଥିଲେ । ଫଳରେ ଭାଲୁଟି ମହିଳାଙ୍କୁ ଅତର୍କିତ ଆକ୍ରମଣ କରି ମୁଣ୍ଡ ଓ ହାତକୁ କାମୁଡି ଗୁରୁତର କରିପକାଇଥିଲା । ସ୍ଥାନୀୟ ଲୋକେ ଏଖବର ଜାଣିବା ପରେ ପାଟଣା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଖବରପାଇ ପାଟଣା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ପଟଣା ମେଡିକାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.