Below header

ବ୍ରହ୍ମପୁର ପୋଲିସ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ, ୫ଜଣ ଶ୍ରେଷ୍ଠ କର୍ମଚାରୀ ପୁରସ୍କୃତ

ବ୍ରହ୍ମପୁର(କେନ୍ୟୁଜ୍) :ଆଜି ୮୪ତମ ପୋଲିସ ପ୍ରତିଷ୍ଠା ଦିବସ । ଏଥିପାଇଁ ବ୍ରହ୍ମପୁର ଜିଲ୍ଲା ପୋଲିସ ପକ୍ଷରୁ ଆମ୍ବପୁଆସ୍ଥିତ ପୋଲିସ ରିଜର୍ଭ ପଡିଆଠାରେ ଏହି ଦିବସ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟଅତିଥିଭାବେ ବ୍ରହ୍ମପୁର ଏସପି ପିନାକି ମିଶ୍ର ଯୋଗ ଦେଇ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ଉତ୍ତମ କାର‌୍ୟ୍ୟ କରିଥିବା ଶ୍ରେଷ୍ଠ ୫ ଜଣ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ବହୁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ବହୁ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.