ପୁଣି ଫେରୁଛନ୍ତି ହିମେଶ ରେଶାମିୟା, ଆର୍ମି ଅଫିସର ବିଷ୍ଣୁ ସେଠଙ୍କ ବାୟୋପିକରେ ଆସିବେ ନଜର

ମୁମ୍ବାଇ : ବଲିଉଡରେ ଚାଲିଥିବା ବାୟୋପିକର ସିରିଜରେ ଖୁବ ଶୀଘ୍ର ସାମିଲ ହେବାକୁ ଯାଉଛନ୍ତି ସଂଙ୍ଗୀତ ନିର୍ଦ୍ଦେଶକ ତଥା ଅଭିନେତା ହିମେଶ ରେଶାମିୟା । ଏବେ ନିକଟରେ ଆର୍ମି ଅଫିସର ବିଷ୍ଣୁ ସେଠଙ୍କ ବାୟୋପିକ୍ ନିର୍ମାଣ କରିବା ପାଇଁ ସେ ରାଇଟ୍ସ କିଣିଛନ୍ତି। ତେବେ ଏଥିପାଇଁ କୌଣସି ଅଭିନେତାଙ୍କୁ ଫାଇନାଲ କରାଯାଇ ନାହିଁ। ଖବର ମୁତାବକ ଏଥିରେ ହିମେଶଙ୍କ ଅଭିନୟର ଜଲୱା ପୁଣିଥରେ ଦେଖିବାକୁ ମିଳିପାରେ।

Himesh-reshammiya

କିଏ ବିଷ୍ଣୁ ସେଠ୍

ବିଷ୍ଣୁ ସେଠ୍ ଜଣେ ଆର୍ମି ଅଫିସର ଯିଏ ଚଳନ୍ତା ଟ୍ରେନ ମଧ୍ୟରେ ୪୦ ଜଣ ଅପହରଣକର୍ତ୍ତାଙ୍କୁ ଏକାକୀ ହରାଇଥିଲେ। ଘଟଣାଟି ୨୦୧୦ ମସିହା ସେପ୍ଟେମ୍ବର ୨ରେ ଘଟିଥିଲା। ବିଷ୍ଣୁ ଏକାକୀ ଲଢ଼ି ଯାତ୍ରୀଙ୍କ ଜୀବନ ରକ୍ଷା କରିଥିଲେ। ଏଥିପାଇଁ ତାଙ୍କୁ ପୁରସ୍କାରରେ ସମ୍ମାନିତ ମଧ୍ୟ କରାଯାଇଛି।


ମିଳିଥିବା ସୂଚନା ମୁତାବକ, ଏହି ବାୟୋପିକ୍ ଛଡ଼ା ହିମେଶଙ୍କ ଅଭିନୟ ଆଉ ୪ଟି ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବ। ଯେଉଁଥିରେ ସେ ମୁଖ୍ୟ ଅଭିନେତା ଭାବେ ନଜର ଆସିବେ। ଏହା ଛଡ଼ା ଏବେ ନିକଟରେ ହିମେଶଙ୍କୁ ଟେଲିଭିଜନର ଏକ ରିଆଲିଟି ଶୋର ବିଚାରକ ଭାବେ ମଧ୍ୟ ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.