ମୋଦୀ ସରକାରଙ୍କ ଉପରେ ବର୍ଷିଲେ ବିଜୟ ମାଲ୍ୟା , କହିଲେ ‘ସରକାର ମୋର ୧୪ ହଜାର କୋଟି ଟଙ୍କା ଜବତ କରି ସାରିଛନ୍ତି’

ସରକାରୀ ବ୍ୟାଙ୍କ ଗୁଡ଼ିକର ଋଣ ପରିଶୋଧ ନକରି ବିଦେଶ ପଳାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ମୋଦୀ ସରକାରଙ୍କ ଉପରେ ନିଜର ରାଗକୁ ବ୍ୟକ୍ତ କରିବା ସହିତ ଖୁବ୍ ବର୍ଷିଛନ୍ତି। ଭାରତ ସରକାରଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ସେ ବିରୋଧ କରି କହିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଏକ ସାକ୍ଷାତକାରରେ ମୋ ନାମ ନେଇ କହିଥିଲେ କି ବ୍ୟାଙ୍କ ଗୁଡ଼ିକର ୯ ହଜାର କୋଟି ଟଙ୍କାର ଋଣ ମୋ ଉପରେ ରହିଥିବାବେଳେ କିନ୍ତୁ ସରକାର ତାଙ୍କର ୧୪ ହଜାର କୋଟି ଟଙ୍କା ଜବତ କରି ସାରିଛନ୍ତି।


ଯେତେବେ‌ଳେ ଦେଶର ସବୁଠୁ ବଡ଼ ଅଧିକାରୀ ପୁରା ଋଣ ଆଦାୟ ହୋଇସାରିଛି ବୋଲି ସ୍ବୀକାର କରିସାରିଛନ୍ତି, ସେତେବେଳେ ମୋଦି କାହିଁକି ମୋ ପଛରେ ପଡ଼ିଛନ୍ତି ବୋଲି ମାଲ୍ୟା ତାଙ୍କ ଟ୍ବିଟ୍‌ରେ କହିଛନ୍ତି। ଏହା ସହିତ ସେ କହିଛନ୍ତି କି ଭାରତରେ ମୋ ଛବିକୁ ପୋଷ୍ଟର ବୟ କରି ଦିଆଯାଇଛି।

ଏହାସହ ପଢନ୍ତୁ : ମୋର ଟଙ୍କା ନିଅ ଆଉ ଜେଟ୍ ଏୟାରୱେଜକୁ ବଞ୍ଚାଅ, ବ୍ୟାଙ୍କକୁ କହିଲେ ବିଜୟ ମାଲ୍ୟା

ମୋ ଉପରେ ବ୍ୟାଙ୍କ ଗୁଡ଼ିକର ବାକିଥିବା ଅର୍ଥଠାରୁ ଅଧିକ ଅର୍ଥ ସରକାର ଆଦାୟ କରିସାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନିଜେ କହିସାରିଛନ୍ତି। ଏହା ସହିତ ସେ କହିଛନ୍ତି କି ‘ମୁଁ ୧୯୯୨ରୁ ବ୍ରିଟେନରେ ରହିଆସୁଛି। ଏହାକୁ ଅଣଦେଖା କରାଯାଉଛି। ମୋତେ ପଳାତକ କହିବା ବିଜେପି ପାଇଁ କେତେ ଯୁକ୍ତିଯୁକ୍ତ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.