ପାନ୍ ସହିତ ଆଧାର ଲିଙ୍କ୍ କରିବା ପାଇଁ ଆଉ ୬ମାସ ବଢିଲା ଅବଧି

ନୂଆଦିଲ୍ଲୀ: ପାନ୍ କାର୍ଡ ସହିତ ଆଧାର ଲିଙ୍କ୍ ଅବଧିକୁ କେନ୍ଦ୍ର ସରକାର ଆଉ ଛଅ ମାସ ବଢ଼ାଇ ଦେଇଛନ୍ତି। ଟିକସଦାତାମାନେ ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସେମାନଙ୍କ ପାନ୍ ସହିତ ଆଧାରକୁ ଲିଙ୍କ୍ କରିପାରିବେ। ତେବେ ପୂବର୍ବରୁ ଏହି ପାନ୍-ଆଧାର ଲିଙ୍କ୍ ପାଇଁ ଶେଷ ତାରିଖ ଭାବେ ମାର୍ଚ ୩୧କୁ ଧାର୍ଯ୍ୟ କରାଯାଇଥିଲା। ଗତକାଲି ସେହି ମହଲତ ଶେଷ ହେଉଥିଲା। କିନ୍ତୁ ସରକାର ଏହି ଅବଧିକୁ ଆଉ ଛଅ ମାସ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।
ଏହାସହ ପଢନ୍ତୁ :ଆଧାର କାର୍ଡ ହଜିଯାଇଛି କିନ୍ତୁ ମୋବାଇଲ ନମ୍ବର ରେଜିଷ୍ଟର ନାହିଁ, ତେବେ କେମିତି କରିବେ ରିପ୍ରିଣ୍ଟ୍ ଜାଣନ୍ତୁ
କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଏହି ମାମଲାକୁ ସରକାର ବିଚାରକୁ ନେଇ ପାନ୍-ଆଧାର ଲିଙ୍କ୍କୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ବଢ଼ାଇ ଦିଇଛନ୍ତି। ତେବେ ଏପ୍ରିଲ୍ ୧ ପରଠାରୁ ଯେଉଁମାନେ ଟିକସ ରିଟର୍ଣ୍ଣ ଦାଖଲ କରିବେ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ଆଧାର ନମ୍ବର ଲିଙ୍କ୍ କରାଇବାକୁ ପଡ଼ିବ। ଯେଉଁମାନଙ୍କୁ ଏକ୍ଷେତ୍ରରେ ରିହାତି ପ୍ରଦାନ କରାଯାଇଛି ସେମାନଙ୍କ ପାଇଁ ଏହା ବାଧ୍ୟତାମୂଳକ ରହିବ ନାହିଁ। ଏହା ପୂର୍ବରୁ ସରକାର ପାନ୍-ଆଧାର ଲିଙ୍କ୍ ଅବଧିକୁ ଅନେକ ଥର ବଢ଼ାଇଥିଲେ। ସୁପ୍ରିମକୋର୍ଟ ମଧ୍ୟ ପାନ୍ ସହିତ ଆଧାର ନମ୍ବର ଲିଙ୍କ୍ କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି ।