Below header

କୋରାପୁଟ ଲଦୀଯୋଡି ଗ୍ରାମରେ ଆତଙ୍କ: ସନ୍ଧ୍ୟା ହେବା କ୍ଷଣି ଘର ଘର ବୁଲୁଛନ୍ତି ଭାଲୁ ପଲ

କୋରାପୁଟ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଲଦୀଯୋଡି ଗ୍ରାମରେ ଭାଲୁ ଆତଙ୍କ। ଗତ କିଛି ଦିନ ହେବ ଭାଲୁ ଭୟରେ ରାତିରେ ବାହାରି ପାରୁନାହାନ୍ତି ଲୋକେ। ସନ୍ଧ୍ୟା ହେଉ ହେଉ ୬ଟି ଭାଲୁ ଗାଁ ମଧ୍ୟରେ ପ୍ରବେଶ କରି ଘର ଘର ବୁଲୁଛନ୍ତି। ଫଳରେ ଗ୍ରାମବାସୀ ଏବେ ଭୟଭିତ ଅବସ୍ଥା ଜୀବନ କାଟୁଛନ୍ତି।

ସେପଟେ ଜଙ୍ଗଲରେ ଆହାର ନ ପାଇ ଭାଲୁ ଗୁଡିକ ଏବେ ବସ୍ତି ମୁହାଁ ହେଉଥିବା କୁହାଯାଉଛି। ସନ୍ଧ୍ୟା ୬ ଟା ହେଉ ଭାଲୁ ଆତଙ୍କ ଲୋଦିଯୋଡି ଗ୍ରାମରେ ଦେଖିବାକୁ ମିଳୁଛି । ତେବେ ଗ୍ରାମର ଜଣେ ମହିଳା ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ହେଲେ ଏବାବଦରେ ବନ ବିଭାଗ ଜାଣି ନଥିବା ବେଳେ ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.