ଆଜି ରାତି ୯ଟାରୁ ସକାଳ ୫ଟା ଯାଏଁ ଟ୍ବିନ୍ ସିଟିରେ ୧୪୪ ଧାରା ଲାଗୁ, ୪୦ ପ୍ଲାଟୁନ୍‌ ଫୋର୍ସ ମୁତୟନ

ଭୁବନେଶ୍ୱର: ଆଜି ରାତି ୯ଟାରୁ ସକାଳ ୫ଟା ଯାଏଁ କଟକ ଭୁବନେଶ୍ୱରରେ ଲାଗୁ ହେବ ୧୪୪ ଧାରା । ଏହି ସମୟରେ ଅତ୍ୟାବଶ୍ୟକ ସେବା ଖୋଲା ରହିବ । କଟକ ଭୁବନେଶ୍ୱରରେ ୪୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ । ପୋଲିସ ପକ୍ଷରୁ ସବୁଠି ଚେକିଂ କରାଯିବ । ବିନା କାରଣରେ ବାହାରକୁ ବାହାରିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ରାତି ୯ଟାରେ ହୋଟେଲ ବନ୍ଦ ହେବ । ବଡ଼ ବଡ଼ ଆପାର୍ଟମେଣ୍ଟରେ ଭୋଜି ହୋଇପାରିବ ନାହିଁ । ଆପାର୍ଟମେଣ୍ଟରେ ପୋଲିସ ପକ୍ଷରୁ ଚେକିଂ କରାଯିବ । ଯାତାୟତ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ସଂଧ୍ୟା ସମୟରେ ସ୍ୱାଭାବିକ ପାଟ୍ରୋଲ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.