ଆଜି ଠାରୁ ଆରମ୍ଭ ପୌଷ ମାସ, ଜାଣନ୍ତୁ ଏହି ମାସରେ କାହିଁକି ଖାସ୍‌ ହୋଇଥାଏ ସୂର୍ଯ୍ୟଙ୍କ ଉପାସନା

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ୧୦ମ ମାସକୁ ପୌଷ ମାସ କୁହାଯାଇଥାଏ। ଏହି ମାସରେ ହେମନ୍ତ ଋତୁର ପ୍ରଭାବ ପଡିବା ସହ ଅତ୍ୟନ୍ତ ଥଣ୍ଡା ଅନୁଭବ ହୋଇଥାଏ। ଏହି ମାସରେ ସୂର୍ଯ୍ୟ ବିଶେଷ ପ୍ରଭାବରେ ରହିଥାନ୍ତି। ଏହି ମାସରେ ମୁଖ୍ୟତଃ ସୂର୍ଯ୍ୟଦେବଙ୍କ ଉପାସନା ଫଳଦାୟୀ ହୋଇଥାଏ। ମାନ୍ୟତା ରହିଛି ଏହି ମାସରେ ସୂର୍ଯ୍ୟ ୧୧ ହଜାର ରଶ୍ମି ସହ ବ୍ୟକ୍ତିଙ୍କୁ ଶକ୍ତି ଏବଂ ସ୍ୱାସ୍ଥ୍ୟ ପ୍ରଦାନ କରିଥାନ୍ତି। ପୌଷ ମାସରେ ଯଦି ନିୟମିତ ଉପାସନା କରାଯାଏ ତେବେ ବର୍ଷସାରା ବ୍ୟକ୍ତି ସୁସ୍ଥ ଏବଂ ସମ୍ପନ୍ନତା ରହିଥାନ୍ତି। ଏଥର ପୌଷ ମାସ ଆଜି ଠାରୁ ଆରମ୍ଭ ହୋଇ ୨୮ ଜାନୁଆରୀ ପର୍ଯ୍ୟନ୍ତ ରହିବ।

suryaଜାଣନ୍ତୁ ପୌଷ ମାସରେ କେମିତି କରିବେ ସୂର୍ଯ୍ୟଦେବଙ୍କ ଉପାସନା

ପ୍ରାତଃକାଳରୁ ସ୍ନାନ କରିବା ପରେ ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳ ଅର୍ପଣ କରନ୍ତୁ। ଜଳରେ ସିନ୍ଦୂର ଏବଂ ନାଲି ଫୁଲ ପକାଇ ଅର୍ପଣ କରନ୍ତୁ। ଏହାପରେ ସୂର୍ଯ୍ୟଙ୍କ ମନ୍ତ୍ର ‘‘ଓଁ ଆଦିତ୍ୟାୟ ନମଃ’’ ଜପ କରନ୍ତୁ। ଏଥିସହ ଏହି ମାସରେ ଖୁବ୍‌ କମ ଲୁଣ ସେବନ କରନ୍ତୁ।

ଏହି ମାସରେ ଖାଦ୍ୟରେ ବାଦାମ ବ୍ୟବହାର କରନ୍ତୁ। ଚିନି ପରିବର୍ତ୍ତେ ଗୁଡ଼ ସେବନ କରନ୍ତୁ। ଜୁଆଣି, ଲବଙ୍ଗ ଏବଂ ଅଦାର ସେବନ ଏହି ମାସରେ ଲାଭକାରୀ ହୋଇଥାଏ। ସେହିଭଳି ଏହି ମାସରେ ଥଣ୍ଡା ପାଣିର ପ୍ରୟୋଗ ଏବଂ ଅତ୍ୟଧିକ ଖାଦ୍ୟ ସେବନ କରିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହି ମାସରେ ଅଧିକ ତେଲ ଏବଂ ଘିଅର ପ୍ରୟୋଗ ମଧ୍ୟ ଉତ୍ତମ ହୋଇନଥାଏ।

Paush-monthଏହି ମାସରେ ନାଲି ଏବଂ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ୱାରା ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ। ଏଥିସହ ଏହି ମାସରେ କର୍ପୁରର ପ୍ରୟୋଗ ସ୍ୱାସ୍ଥ୍ୟକୁ ଉତ୍ତମ ରଖିବାରେ ସାହାଯ୍ୟ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.