Below header

ବଙ୍ଗାଳୀ ଯୁବକ କଟକରେ ନିଖୋଜ, ସ୍ବାମୀଙ୍କୁ ଖୋଜି ଆଣିବାକୁ ପତ୍ନୀଙ୍କ କାକୁତି ମିନତୀ

କଟକ: ବଙ୍ଗାଳୀ ଯୁବକ କଟକରେ ନିଖୋଜ । ପତ୍ନୀ ବୁଲୁଛନ୍ତି ଥାନାରୁ ଥାନା। କଟକରୁ କଲିକତା ଯିବାକୁ ବାହାରି ଥିବା ଜଣେ ସୁନା କାରିଗର ଗତ ୫ ତାରିଖରୁ ନିଖୋଜ ହୋଇଥିବା କଟକ ଜିଆରପି ଥାନାରେ ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗ ପଶ୍ଚିମ ମେଦିନାପୁରର ସୁମନ ବାନାର୍ଜୀ ଗତ ୬ ମାସ ହେବ ନିମଚୌଡି ଭାଷାକୋଷଲେନ୍‌ରେ ଏକ ବଣିଆ ଦୋକାନରେ କାମ କରୁଥିଲେ। ଗତ ୫ ତାରିଖରେ ଘରକୁ ଯିବାକୁ କହି ବାହାରିଥିଲେ । ଅନ୍ୟ ଦୁଇ କର୍ମଚାରୀ ତାଙ୍କୁ କଟକ ଷ୍ଟେସନରେ ଛାଡିଥିଲେ। ଷ୍ଟେସନରୁ ସ୍ତ୍ରୀ ଅନିନ୍ଦିତା ବାନାର୍ଜୀଙ୍କ ସହ କଥା ହୋଇଥିବାବେଳେ ତା ପରେ ତାଙ୍କ ମୋବାଇଲ ନମ୍ବର ସୁଇଚ୍‌ ଅଫ ହୋଇ ଯାଇଥିଲା। ୬ ତାରିଖ ସୁଦ୍ଧା ନ ପହଁଚିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। ତାଙ୍କ ସ୍ତ୍ରୀ ଓ ପରିବାରର ଅନ୍ୟ ଲୋକମାନେ କଟକ ଆସି ତାଙ୍କୁ ଖୋଜାଖୋଜି କରି ନ ପାଇବାରୁ ଲାଲବାଗ ଥାନା ଯାଇଥିଲେ । ଲାଲବାଗ ଥାନା ଅଭିଯୋଗ ଗ୍ରହଣ ନ କରିବାରୁ ଜିଆରିପି ଥାନାରେ ସୁମନ ହଜି ଯାଇଥିବା ନେଇ ଏକ ଏତଲା ଦାୟର କରିଛନ୍ତି। ସେ କୁଆଡେ ଗଲେ କାହିଁକି ଗଲେ ସେ ଉତ୍ତର କାହା ପାଖରେ ନାହିଁ। ତେବେ ସ୍ୱାମୀଙ୍କୁ ଖୋଜି ଆଣିବାକୁ କାକୁତି ମିନତୀ ହୋଇଛନ୍ତି ଅନିନ୍ଦିତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.