ବାଲେଶ୍ୱର: ସୋର ସିନେମା ହଲ ନିକଟ ମା’ମଙ୍ଗଳା ଗହଣା ଦୋକାନୀଙ୍କଠାରୁ ବନ୍ଧୁକ ଦେଖାଇ ଲୁଟି ନେଲେ ଦୁର୍ବୁତ୍ତ

ବାଲେଶ୍ୱର: ବନ୍ଧୁକ ଦେଖାଇ ଲୁଟ୍‌ । ବାଲେଶ୍ୱର ଜିଲ୍ଲା ସୋର ସିନେମା ହଲ ନିକଟ ମା ମଙ୍ଗଳା ଗହଣା ଦୋକାନୀଙ୍କଠାରୁ ଲକ୍ଷେ ଟଙ୍କା ଲୁଟି ନେଇଛନ୍ତି ଦୁର୍ବତ୍ତ । ପ୍ରଶାନ୍ତ ନାୟକ ଓ ସମ୍ପର୍କୀୟ ଭାଇ ସୁଶାନ୍ତ ବାରିକଙ୍କଠାରୁ ବନ୍ଧୁକ ଦେଖାଇ ମାଡ଼ ମାରି ୭୫ ହଜାର ଟଙ୍କାର ସୁନା ଅଳଙ୍କାର, ନଗଦ ୨୫ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ପ୍ରଶାନ୍ତ ଦୋକାନ ବନ୍ଦ କରି ଘରକୁ ଫେରିବା ବେଳେ ବଇକ୍‌ରେ ୫ ଜଣ ଲୁଟେରା ତାଙ୍କୁ ପିଛା କରିଥିଲେ । ମ୍ୟୁନିସପାଲଟି ସ୍ଥିତ ଦୟାବନ୍ଧଠାରେ ଲୁଟ୍‌ କରି ଫେରାର ହୋଇଯାଇଥିଲେ ଲୁଟେରା । ପୋଲିସ ଲୁଟେରାଙ୍କୁ ଧରିବାକୁ ତନାଘନା ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.