Below header

ବିତିଗଲାଣି ୪୦ ଘଣ୍ଟାରୁ ଅଧିକ ସମୟ, କାଠଯୋଡି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ନିଖୋଜ ଯୁବକ ଦେବବ୍ରତଙ୍କ ମିଳୁନି ସନ୍ଧାନ

କଟକ : ୪୦ ଘଣ୍ଟାରୁ ଅଧିକ ସମୟ ବିତିଲା । ତଥାପି କାଠଯୋଡି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ନିଖୋଜ ଯୁବକ ଦେବବ୍ରତଙ୍କ ସନ୍ଧାନ ମିଳୁନି । ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ ଉଦ୍ୟମ ଜାରି ରଖିଛି। ବୁଧବାର କାଠଯୋଡ଼ି ଭିତରକୁ ଡେଇଁ ପଡ଼ିଥିଲେ ଦେବବ୍ରତ । ତାଙ୍କ ଘର ନିଆଳିର କରଞ୍ଜ ଗାଁରେ । ସେ ଯାଜପୁରର ଡୁବୁରୀରେ ରହୁଥିଲେ । ସେଠାରୁ ସ୍ତ୍ରୀ ଓ ୪ ବର୍ଷର ପୁଅକୁ ବାଇକରେ ଧରି ଗାଁକୁ ଆସୁଥିଲେ । ଘରୋଇ କନ୍ଦଳରୁ ଦେବବ୍ରତ କାଠଯୋଡ଼ି ବ୍ରିଜ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି । ନଦୀର ପ୍ରଖର ସୁଅରେ ଭାସି ଯାଇଛନ୍ତି ଦେବବ୍ରତ । ସବୁବେଳେ ଶୁଭଲକ୍ଷ୍ମୀଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ ଦେବବ୍ରତ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା। ଏହା ମାନସିକ ରୋଗର ଲକ୍ଷଣ ବୋଲି କହିଛନ୍ତି ବିଶେଷଜ୍ଞ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.