ନୋବେଲ ଶାନ୍ତି ପୁରସ୍କାର ନେଇ ଚର୍ଚ୍ଚା ଜୋର, ଦୌଡ଼ର ଆଗରେ ୧୬ବର୍ଷିୟା ଗ୍ରେଟା ଥମବର୍ଗ

ଚଳିତ ବର୍ଷ କାହାକୁ ମିଳିବ ନୋବେଲ ଶାନ୍ତି ପୁରସ୍କାର? ଯଦି ସେ ପୁରସ୍କାର ପାଆନ୍ତି, ସେ ହେବେ ସବୁଠୁ କନିଷ୍ଠ ନୋବେଲ ଶାନ୍ତି ପୁରସ୍କାର ବିଜେତା। ଏପରିକି ମାଲାଲା ୟୁସୁଫଜାଇଙ୍କ ଠାରୁ ମଧ୍ୟ ସେ ବୟସରେ ଏକ ବର୍ଷ କମ୍‌। ସେ ହେଉଛନ୍ତି ୧୬-ବର୍ଷୀୟା ଗ୍ରେଟା ଥମବର୍ଗ। ଜଣେ ପରିବେଶ କର୍ମୀ। ୧୦୦ତମ ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ସେ ଆଗରେ ଅଛନ୍ତି। ଚଳିତଥର ୩୦୧ ଜଣ ପ୍ରାର୍ଥୀ ଏହି ପୁରସ୍କାର ଦୌଡରେ ଅଛନ୍ତି। ଏମାନଙ୍କ ମଧ୍ୟରେ ୨୨୩ ଜଣ ବ୍ୟକ୍ତିବିଶେଷ ଓ ୭୮ଟି ସଂଗଠନ। ତେବେ ଦୌଡ଼ର ଆଗରେ ଅଛନ୍ତି ଗ୍ରେଟା ଥମବର୍ଗ। ସେ ୨୦୧୮ ମସିହାରେ ସ୍ୱେଡିସ ପାର୍ଲାମେଣ୍ଟ ସାମ୍ନାରେ ପରିବେଶ ସୁରକ୍ଷା ପାଇଁ ଧାରଣା ଦେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.