କଷ୍ଟ ଦେଉଛି ଛାତି ଯନ୍ତ୍ରଣା, ଆଉ ଗୀତ ଗାଇପାରୁନାହାନ୍ତି ଅକ୍ଷୟ

ଭଦ୍ରକ(କେନ୍ୟୁଜ୍): ଦିନେ ଯେଉଁ କଳାକାର ନିଜ କଣ୍ଠରେ ସୁମଧୁର ସଂଗୀତ ଗାନ କରି ହଜାର ହଜାର ଦର୍ଶକଙ୍କ ମନକୁ ମୁଗ୍ଧ କରିବା ସହିତ ମଞ୍ଚକୁ କମ୍ପାଇ ଦେଉଥିଲେ ସେହି କଳାକାର ଜଣଙ୍କ ଆଜି ହୁଦରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ କରୁଛନ୍ତି ସଂଗ୍ରାମ। ଏହି କଳାକାର ଜଣଙ୍କ ହେଉଛନ୍ତି ଭଦ୍ରକ ପୌରାଞ୍ଚଳ ଅଧିନସ୍ଥ ବାଇପାସ ସାଳନ୍ଦୀ କଲୋନୀ ର ଅକ୍ଷୟ ପାତ୍ର। କଳାକୁ ପେସା ଓ ନିଶା କରି ନିଜ ପରିବାର ବହୁ କଷ୍ଟରେ ଚଳାଇ ଆସୁଥିବା ଏହି କଳାକାର ଜଣଙ୍କ ଆଜକୁ ୩ବର୍ଷ ହେବ ଛାତି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।

ଭଦ୍ରକ ପୌରାଞ୍ଚଳ ଅଧିନସ୍ଥ ବାଇପାସ ସାଳନ୍ଦୀ କଲୋନୀର ଅକ୍ଷୟ ପାତ୍ର। ବୟସ ୩୮ ବର୍ଷ। ପିଲାଟି ବେଳୁ ସଂଗୀତ ପ୍ରତି ଆଗ୍ରହ ଥିବାରୁ ସେ ପ୍ରଥମେ ଓଡ଼ିଆ ସଂଗୀତରେ ଡିପ୍ଲୋମା ଓ ପରେ ଡିଗ୍ରୀ ପାଇଁ ଓଡିଶା ସଂଗୀତ ନାଟକ ଏକାଡେମୀରେ ଅଧୟନ କରିଥିଲେ ଏବଂ ସେଠାରୁ ସେ ଡିଗ୍ରୀ ମଧ୍ୟ ପାଇଥିଲେ। ତେବେ ଅକ୍ଷୟ ଦୀର୍ଘ ୧୦ ବର୍ଷ ହେଲା ଶ୍ରୀ ଜଗନାଥ କଳାକାର ସଙ୍ଘରେ ଯୋଗ ଦେଈ ଅନେକ ମଞ୍ଚରେ ସୁମଧୁର କଣ୍ଠ ଦାନ କରି ସଂଗୀତ ପରିବେଷଣ କରୁଥିଲେ। ସେଥିରେ ସେ ଯାହା ଉପାର୍ଜନ କରୁଥିଲେ ସେଥିରେ ସେ ଓ ତାଙ୍କ ସ୍ତ୍ରୀ ଏବଂ ୩ ଝିଅ ଙ୍କ ପାଠ ପଢା ଠାରୁ ଆରମ୍ଭ କରି ଘର ଖର୍ଚ୍ଚ କରୁଥିଲେ।

ତେବେ ହଠାତ୍ ଦଇବ ଦାଉ ସାଜିଲା । ଅକ୍ଷୟ ଆଜିକୁ ଗତ ୩ବର୍ଷ ପୂର୍ବେ ଛାତିରେ ଯନ୍ତ୍ରଣା ଅନୁଭବ କଲେ ଏବଂ କାଶ ବନ୍ଦ ହେଲା ନାହିଁ। ଯାହାଫଳରେ ଭଦ୍ରକ ଡାକ୍ତରଖାନା ଠାରୁ ଆରମ୍ଭ କରି କଟକ ବଡ଼ ଡାକ୍ତରଖାନା ପର୍ଯ୍ଯନ୍ତ ଯାଇଥିଲେ। ତେବେ ଛାତିରେ ପାଣି ଜମି ହାର୍ଟକୁ ଉଇକ କରୁଛି ବୋଲି ଡାକ୍ତର କହିଥିଲେ। ଏପରିକି କାଶ ବନ୍ଦ ନ ହେବାରୁ ସେ ଆଜିକୁ ୩ବର୍ଷ ହେଲା କିଛିବି କାମ କରି ପାରୁ ନାହାନ୍ତି।ଫଳରେ ରୋଜଗାରର ପନ୍ଥା ବନ୍ଦ ହୋଇଯାଇଛି। ସାଥି କଳାକାର ମାନେ ଯେଉଁ କିଛି ସହାୟତା କରିଥିଲେ ସେଥିରେ ସେ ନିଜ ପରିବାରର ଖର୍ଚ୍ଚ ପାଇଁ ଦୋକାନଟିଏ କରିଥିଲେ। ହେଲେ ଯନ୍ତ୍ରଣା ଯୋଗୁ ସେହି ଦୋକାନ ରେ ସେ ବସିପାରୁ ନାହାନ୍ତି। ନିଦ ମଧ୍ୟ ହେଉ ନାହିଁ। ଦିନକୁ ଦିନ ସେ ଶକ୍ତି ହୀନ ହୋଇ ପଡୁଛନ୍ତି। ତେବେ ଅକ୍ଷୟ ଙ୍କ ଚିକିତ୍ସା ପାଇଁ ପ୍ରାୟ ୧୫ ଲକ୍ଷରୁ ଅଧିକ ଟଙ୍କା ଲାଗିବ ବୋଲି ଡାକ୍ତର କହୁଛନ୍ତି। ହେଲେ ଅକ୍ଷଙ୍କ ରୋଜଗାର ବୋଲି ଏବେ କିଛି ନାହିଁ। ସେ ଓ ତାଙ୍କ ପରିବାର ଏବେ ଓଳିଏ ଖାଇଲେ ଦୁଇ ଓଳି ଉପାସ ରହିବାକୁ ପଡୁଛି।ଏପରିସ୍ଥିତି ଡାକ୍ତର ଯେଉଁ ଔଷଧ ଲେଖିଛନ୍ତି ଯନ୍ତ୍ରଣା କମ ପାଇଁ ତାକୁ ସେ କିଣି ପାରୁ ନାହାନ୍ତି। ତେଣୁ ତାଙ୍କ ଭଲି ଅତ୍ୟନ୍ତ ଗରିବ ଓ ଦୁସ୍ଥ କଳାକାରଙ୍କୁ ସହାୟତା ପାଇଁ ସେ ନିବେଦନ କରିଛନ୍ତି ସମସ୍ତଙ୍କୁ।

ସେହିପରି ଭାବେ ଅକ୍ଷୟ ଙ୍କ ଏପରି ଦୁଖଦଃ ଅବସ୍ଥା ଦେଖି କଲୋନୀ ଲୋକ ଙ୍କ ଠାରୁ ଆରମ୍ଭ କରି କିଛି ବଦାନ୍ଯ ବେକ୍ତି ମାନେ ଯେତବେଳେ କିଛି ସହାୟତା କରୁଛନ୍ତି ସେଥିରେ ସେ ଔଷଧ ଆଣିବା ସହିତ ଘର ଖର୍ଚ୍ଚ କରୁଛନ୍ତି। ନ ହେଲେ ଔଷଧ କିଣି ନପାରି ଯନ୍ତ୍ରଣା ଦାୟକ ଜୀବନ ବିତାଉଛନ୍ତି। ତେବେ ଏହି କଳାକାରଙ୍କ ଅବସ୍ଥା ଜାଣି ସମାଜସେବୀ ନଗେନ୍ଦ୍ର ପ୍ରସାଦ ଦାସ ଆସି ଅକ୍ଷୟଙ୍କୁ ଔଷଧ କିଣିବା ପାଇଁ ୫ ହଜାର ଟଙ୍କା ସହାୟତା କରିଛନ୍ତି। ତେବେ ଅପରେସନ ପାଇଁ ଅନେକ ଟଙ୍କା ଲାଗିବାକୁ ଥିବାରୁ ସରକାର ଓ ପ୍ରଶାସନ ଏହି ଦୁସ୍ଥ କଳାକାରଙ୍କ ପ୍ରତି ଦୟା ପରବସ ହୋଇ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ସାଥି କଳାକାର ମାନେ ନିବେଦନ କରିଛନ୍ତି। ସେହିପରି ଭଦ୍ରକ ଜିଲ୍ଲାପାଳଙ୍କୁ ଅବଗତ କଲା ପରେ ସେ କହିଛନ୍ତି ନିଶ୍ଚିତ ଭାବେ ଅକ୍ଷୟଙ୍କୁ ଚିକିତ୍ସା ଖର୍ଚ୍ଚ ସହିତ ଉତ୍ତମ ବ୍ଯବସ୍ଥା ଶୀଘ୍ର ଯୋଗାଇ ଦିଆଯିବ

ତେବେ କେହି ବଦାନ୍ଯ ବ୍ଯକ୍ତି ଯଦି ଅକ୍ଷୟଙ୍କୁ ସହାୟତା କରିବା ପାଇଁ ଚାହୁଁଛନ୍ତି , ତେବେ ଏହି ଠିକଣାରେ ଯୋଗାଯୋଗ କରିବାକୁ ଅନୁରୋଧ। ଆପଣଙ୍କ ସହାୟତାରେ ହୁଏତ ସୁସ୍ଥ ହୋଇଯାଇପାରନ୍ତି ଅକ୍ଷୟ।

ଅକ୍ଷୟ ପାତ୍ର
ସାଳନ୍ଦୀ କଲୋନୀ
ପୋ :ବାଇପାସ
ଜିଲ୍ଲା :ଭଦ୍ରକ
ପିନ :756100
PANJAB NATIONAL BANK
BHADRAK BRANCH
A/C NO :1223000102881547
IFSC :PUNBO122300
MOB : 8249707551

NARENDRA KUMAR SAMAL /BHADRAK

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.