ଆଜି ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ: ଜିଲ୍ଲା ମାନ୍ୟତା ଦାବି ନେଇ ଡାକରା ଦେଇଛି ମିିଳିତ କ୍ରିୟାନୁଷ୍ଠାନ କମିଟି

ଘୁମୁସରକୁ ଜିଲ୍ଲା ମାନ୍ୟତା ଦାବିରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଛି। ବନ୍ଦ ଡାକରା ଯୋଗୁ ବସ୍ ଚଳାଚଳ ଓ ଗାଡ଼ି ଚଳାଚଳ ବନ୍ଦ ରହିଛି।

ଭଞ୍ଜନଗର (କେନ୍ୟୁଜ): ଆଜି ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ। ଘୁମୁସରକୁ ଜିଲ୍ଲା ମାନ୍ୟତା ଦାବିରେ ଡାକରା ଦିଆଯାଇଛି। ଘୁମୁସର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଛି। ବନ୍ଦ ଡାକରା ଯୋଗୁ ବସ୍ ଚଳାଚଳ ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏହାସହ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। ଆଜି ସକାଳେ ଆନ୍ଦୋଳକାରୀମାନେ ପିକେଟିଂ କରି ଗାଡ଼ି ଚଳାଚଳ ବନ୍ଦ କରିଥିଲେ।

ଘୁମୁସରକୁ ୩୦ବର୍ଷ ଜିଲ୍ଲା ମାନ୍ୟତା ପାଇଁ ଦାବି ହୋଇ ଆସୁଛି। ହେଲେ ଘୁମୁସରକୁ ଜିଲ୍ଲା ମାନ୍ୟତା ମିଳିନାହିଁ। ଏହାରି ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ ଡାକରା ଦିଆଯାଇଛି।