Below header

ଭିତରକନିକା ମହୋତ୍ସବ ପାଇଁ ଉତ୍ସବମୁଖର କେନ୍ଦ୍ରାପଡ଼ା ଜିଲ୍ଲା

କେନ୍ୟୁଜ୍(ବ୍ୟୁରୋ) : ଭିତରକନିକା ମହୋତ୍ସବ ପାଇଁ ଉତ୍ସବମୁଖର କେନ୍ଦ୍ରାପଡ଼ା ଜିଲ୍ଲା। ୭ ତାରିଖରୁ ରାଜନଗର ବ୍ଲକ ନଳିତାପାଟିଆ ଡାଙ୍ଗମାଳ ଠାରେ ଅନୁଷ୍ଠିତ ହେବ ମହୋତ୍ସବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ପ୍ରତିଦିନ ସନ୍ଧ୍ୟାରେ ନାମୀ କଳାକାରଙ୍କ ସଙ୍ଗୀତ ଓ ନୃତ୍ୟରେ ମତୁଆଲା ହେବେ ଦର୍ଶକ। ୩ ଦିନ ଧରି ଚାଲିବ ଭିତରକନିକା ମହୋତ୍ସବ। ଭିତରକନିକାର ପ୍ରାକୃତିକ ଶୋଭାକୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଭିତରକନିକାର ଅନାଲୋଚିତ ପ୍ରସଙ୍ଗକୁ ବିଶ୍ୱବାସୀଙ୍କ ସାମ୍ନାକୁ ଆଣିବା ପାଇଁ ପ୍ରଥମ ଥର ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଭିନବ ପ୍ରୟାସ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.