Below header

ବାହୁଡାରେ ଦଉଡି ଛିଡି ଗୁରୁତର ଥିବା ଭୋଇ ସେବକଙ୍କର ଏମ୍ସରେ ମୃତ୍ୟୁ

ବାହୁଡାରେ ଦଉଡି ଛିଡି ଗୁରୁତର ଥିବା ଭୋଇ ସେବକଙ୍କ ମୃତ୍ୟୁ । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ନକୁଳ ଭୋଇଙ୍କ ମୃତ୍ୟୁ ହୋଇଛି । ଏମ୍ସ ଆଇସିୟୁରେ ସେ ଚିକିତ୍ସିତ ହେଉଥିଲେ । ତାଳଧ୍ୱଜ ରଥ ଦଉଡି ଛିଣ୍ଡିବାରୁ ଗୁରୁତର ହୋଇଥିଲେ ।

ପୁରୀ (କେନ୍ୟୁଜ): ବାହୁଡାରେ ଦଉଡି ଛିଡି ଗୁରୁତର ଥିବା ଭୋଇ ସେବକଙ୍କ ମୃତ୍ୟୁ । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ନକୁଳ ଭୋଇଙ୍କ ମୃତ୍ୟୁ ହୋଇଛି । ଏମ୍ସ ଆଇସିୟୁରେ ସେ ଚିକିତ୍ସିତ ହେଉଥିଲେ । ତାଳଧ୍ୱଜ ରଥ ଦଉଡି ଛିଣ୍ଡିବାରୁ ଗୁରୁତର ହୋଇଥିଲେ ।

ସୂଚନା ଅନୁସାରେ ବାହୁଡା ଯାତ୍ରାରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଟଣା ଯାଉଥିବା ସମୟରେ ନକୁଳ ରଥରେ ଦଉଡ଼ି ବାନ୍ଧୁଥିଲେ । ସେହି ସମୟରେ ଦଉଡି ଖସିଯିବାରୁ ନକୁଳ ତଳେ ପଡି ଆହତ ହୋଇଥିଲେ । ଆହତ ଅବସ୍ଥାରେ ଚିକିତ୍ସା ପାଇଁ ନକୁଳଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ପୁରୀ ମେଡିକାଲ ପରେ ଏମ୍ସରୁ ସ୍ଥାନାନ୍ତର ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.