ଯଶ୍ୱସୀଙ୍କ ବ୍ୟାଟିଂ କୋଚ୍‌ ହେଲେ ବିରାଟ, ଭାଇରଲ ହେଉଛି ଭିଡିଓ

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ପୂଜାରାଙ୍କ ସ୍ଥାନରେ ଖେଳିପାରନ୍ତି ଯଶ୍ୱସୀ । ଏଥିପାଇଁ ଅଭ୍ୟାସ ମଧ୍ୟ ଆରମ୍ଭ କରିଦେଇଛନ୍ତି । ଆଉ ବିରାଟ କୋହଲିଙ୍କ ଠାରୁ ବ୍ୟାଟିଂ ଟିପ୍ସ ନେଉଛନ୍ତି ଯଶ୍ୱସୀ । ଯାହାର ଭିଡିଓ ଭାଇରଲ ହେଉଛି ।

ଭାରତୀୟ ଟିମ୍‌ ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୨ ଜୁଲାଇରୁ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବାକୁ ଯାଉଛି । ଟିମ୍‌ ଇଣ୍ଡିଆ ୧୦ ଦିନ ଆଗରୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ୨ ଦିନ ବିଶ୍ରାମ କରିବା ପରେ ଖେଳାଳି ଅଭ୍ୟାସ କରିବା ଆରମ୍ଭ କରିଦେଇଛନ୍ତି । ଟେଷ୍ଟ ସିରିଜ ପାଇଁ ଟିମ୍‌ ଇଣ୍ଡିଆରେ କିଛି ନୂଆ ଖେଳାଳିଙ୍କ ଏଣ୍ଟ୍ରି ମିଳିଛି । ଟିମରେ ଯଶ୍ୱସୀଙ୍କୁ ସ୍ଥାନ ମିଳିଛି ।

ଯଶ୍ୱସୀ ଜୟସଓ୍ଵାଲ ଟିମ୍‌ ଇଣ୍ଡିଆର ଟେଷ୍ଟ ଫର୍ମାଟରେ ଡେବ୍ୟୁ କରିବାକୁ ନେଇ ଖୁସି ରହିଛନ୍ତି । ଏମିତିରେ ନିଜକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ କରିଛନ୍ତି । ଅଭ୍ୟାସ ମ୍ୟାଚରେ ଯଶ୍ୱସୀ ବିରାଟ କୋହଲିଙ୍କ ସହିତ ବ୍ୟାଟିଂ ବିଷୟରେ ଚର୍ଚ୍ଚା କରୁଛନ୍ତି । ଯାହାର ଭିଡିଓ ଭାଇରଲ ହେବା ପରେ ଚର୍ଚ୍ଚା ଚାଲିଛି ।

ଭିଡିଓରେ ଦେଖିବାକୁ ମିଳିଛି, ବିରାଟ କୋହଲି ନେଟସରେ ବ୍ୟାଟିଂ କରିବା ପରେ କୋଚ ରାହୁଲ ଦ୍ରାବିଡଙ୍କ ସହିତ କଥାବାର୍ତ୍ତା କରିଛନ୍ତି । ଏହା ପରେ ଯଶ୍ୱସୀ କୋହଲିଙ୍କ ସହିତ ଚର୍ଚ୍ଚା କରିଛନ୍ତି । ଯଶ୍ୱସୀଙ୍କୁ ଟେଷ୍ଟ ସିରିଜରେ ଚେତେଶ୍ୱର ପୂଜାରାଙ୍କ ସ୍ଥାନରେ ଖେଳିବାକୁ ସୁଯୋଗ ମିଳିପାରେ ।

୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଟିମରେ ଯୁବ ଖେଳାଳି ଯଶସ୍ବୀ ଜୟସୱାଲଙ୍କୁ ସ୍ଥାନ ମିଳିଛି । ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମୁକାବିଲାରେ ଟିମ୍‌ ସହିତ ରିଜର୍ଭ ଖେଳାଳି ଭାବେ ରହିଥିଲେ ।

ଭାରତୀୟ ଟିମ୍‌ ଜୁଲାଇ ୧୨ ତାରିଖରୁ ୱେଷ୍ଟଇଣ୍ଡିଜରେ ଟେଷ୍ଟ ସିରିଜ ଖେଳିବ । ଟିମ୍‌ ଇଣ୍ଡିଆ ୨ଟି ଟେଷ୍ଟ, ୩ ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍‌ ଖେଳିବ । ଏହାପରେ ଜୁଲାଇ ୨୭ରୁ ଦିନିକିଆ ଏବଂ ଅଗଷ୍ଟ ୩ରୁ ଟି-୨୦ ମ୍ୟାଚ ଖେଳିବ ।

ଭାରତୀୟ ଟେଷ୍ଟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଋତୁରାଜ ଗାୟକୱାଡ, ବିରାଟ କୋହଲି, ଯଶସ୍ୱୀ ଜୟସୱାଲ, ଅଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), କେଏସ୍ ଭରତ (ୱିକେଟକିପର), ଇଶାନ କିଶନ (ୱିକେଟକିପର), ଆର. ଅଶ୍ୱିନ, ଆର. ଜାଡେଜା, ଶାର୍ଦୁଳ ଠାକୁର, ଅକ୍ଷର ପଟେଲ, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଦକଟ, ନବଦୀପ ସାଇନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.