Below header

କୋଭିଡ ସ୍ଥିତି ନେଇ ବିଏମସି ଓ ଗଞ୍ଜାମ ଜିଲ୍ଲାପାଳଙ୍କ ତରଫରୁ ପ୍ରେସମିଟ୍,ଭୁବନେଶ୍ବରରେ ସୁସ୍ଥତା ହାର ୬୩ ଓ ଗଞ୍ଜାମର ୭୮ ପ୍ରତିଶତ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବରର କୋଭିଡ ସ୍ଥିତି ନେଇ ବିଏମସି ତରଫରୁ ପ୍ରେସମିଟ୍। ରାଜଧାନୀ ଭୁବନେଶ୍ବରରେ ସୁସ୍ଥତା ହାର ୬୩ ପ୍ରତିଶତ ରହିଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ମୁନସିପାଲ କର୍ପୋରେସନର କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ସେ କହିଛନ୍ତି  ଦିନକୁ ୧୮୦୦ରୁ ୨୦୦୦ କୋଭିଡ ଟେଷ୍ଟିଂ ହେଉଛି। ଗତ ୧୦ ଦିନରେ ୧୨୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କିଛି ସ୍ଥାନରେ କୋଭିଡ ଟେଷ୍ଟିଂ ପାଇଁ ଲୋକେ ଆସୁନଥିବା  କରୁନଥିବା  କମିଶନର କହିଛନ୍ତି। ତେଣୁ କୋଭିଡ ଟେଷ୍ଟିଂ କରିବାକୁ ଆଗେଇ ଆସିବାକୁ ସେ ଆହ୍ଵାନ ଦେଇଛନ୍ତି। ରାଜଧାନୀରେ କୋଭିଡ ଟେଷ୍ଟିଂ ବୃଦ୍ଧି କରାଯାଇଥିବା କହିଛନ୍ତି କମିଶନର । ହୋମ୍‌ ଆଇସୋଲେସନରେ ୫୧୫ ଜଣ ଅଛନ୍ତି। ଏପରିକି ହୋମ ଆଇସୋଲେସନରୁ ୩୨୬ ଜଣ ସୁସ୍ଥ ହୋଇଥିବା କମିଶନର ସୂଚନା ଦେଇଛନ୍ତି ।

ସେହିଭଳି ଗଞ୍ଜାମ ଜିଲ୍ଲାରେ ସୁସ୍ଥତା ହାର ୭୮ ପ୍ରତିଶତ । ଗତ ୩ ଦିନରେ ଗଞ୍ଜାମ ଜିଲ୍ଲାରୁ ୧୫ ଶହ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କୋଭିଡ୍‌ ସ୍ଥିତିକୁ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରେସମିଟ୍‌ କରି ଏହି ସୂଚନା ଦେଇଛନ୍ତି। ଜିଲ୍ଲାରେ କୋଭିଡ ସ୍ଥିତି ସୁଧୁରିବାରେ ଲାଗିଛି। ଜିଲ୍ଲାରେ କଣ୍ଟେନମେଣ୍ଟ ଜୋନ୍‌ର ଅନୁଧ୍ୟାନ କରାଯାଉଥିବା ବେଳେ କଣ୍ଟାକ୍ଟ ଟ୍ରେସିଂକୁ କଡ଼ାକଡ଼ି କରାଯାଉଛି।

ସୁସ୍ଥ ହୋଇ ଫେରୁଥିବା ଲୋକ ଅନ୍ୟକୁ ସଚେତନ କରୁତିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହାବାଦ୍‌ ଘର ଘର ବୁଲି ସର୍ଭେ କରାଯାଉଛି। ଜୁଲାଇ ପରଠାରୁ ଟେଷ୍ଟିଂ ତିନିଗୁଣା ବୃଦ୍ଧି କରାଯାଇଥିବା ସେ କହିଛନ୍ତି। ଜିଲ୍ଲାରେ କୋଭିଡ ଶଯ୍ୟାର ଅଭାବ ନାହିଁ। ୯୦ଟି ଆଇସିୟୁ ୟୁନିଟ୍‌ ରଖାଯାଇଥିବା ବେଳେ ୭୨୫ଟି ଅକ୍ସିଜେନ୍‌ ସପୋର୍ଟ ବେଡ ରହିଛି ଓ ୧୩୨ଟି ଆମ୍ବୁଲାନ୍ସ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.