ଟ୍ୱିନ ସିଟି କରୋନା ଅପଡେଟ: ଭୁବନେଶ୍ୱରରୁ ୧୯୦ ଓ କଟକରୁ ୭୬ ନୂଆ ପଜିଟିଭ କେଶ

ଆଜି ଭୁବନେଶ୍ୱର ମହାନଗର ନିଗମରୁ ୧୯୦ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩୮ ଜଣ କ୍ଵାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୫୨ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୭୬୩କୁ ବୃଦ୍ଧି ପାଇଥିବା ବେଳେ ଏମଧ୍ୟରୁ ୧୩୮୩ ଟି ଆକ୍ଟିଭ କେଶ ରହିଛି । ସୂଚନା ଅନୁଯାୟୀ ଏଯାବତ ୨୩୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯେବେକି ମହାନଗର ନିଗମର ୧୮ ଜଣଙ୍କ କରନାରେ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ଆସିଛି ।

ସେପଟେ କଟକ ସହରରୁ ଗତ ୨୪ ଘଣ୍ଟା ଭିତରେ ୭୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି କଟକ ଜିଲ୍ଲାରୁ ୯୮ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମଧ୍ୟରୁ ସହରରୁ ୭୬ ଜଣ ଅଛନ୍ତି । ଯେବେକି ଆଜି ସହରରୁ ୭୦ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ସହରରେ ମୋଟ ସଂଖ୍ୟା ୧୫୪୬କୁ ବୃଦ୍ଧି ପାଇଥିବା ବେଳେ ସେମଧ୍ୟରୁ ୭୭୩ଟି ଆକ୍ଟିଭ କେଶ ରହିଛି ।

ଯେବେକି ୭୬୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୂଚନା ଅନୁଯାୟୀ ୧୦ଜଣଙ୍କର କରୋନାରେ ମୃତ୍ୟୁ ବରଣ କରିଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୪୬ ଜଣ କଣ୍ଟନମେଣ୍ଟ ଜୋନର ହୋଇଥିବା ବେଳେ ୧୬ଟି ଲୋକାଲକଣ୍ଟାକ୍ଟ ରହିଛି । ଯେବେକି ହୋମ କ୍ଵାରିଣ୍ଟିଂନ ସେଣ୍ଟରରୁ ୭ଜଣ ଓ ସଙ୍ଗରୋଧ କେନ୍ଦ୍ରରୁ ୭ ଜଣ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.